ଜୁନ୍‌ ଦୁଇ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ପୋର୍ଟାଲ ଫ୍ରେମ୍‌ କାମ ସରିବ

ପୁରୀ: ଆସନ୍ତା ଜୁନ ୨ତାରିଖ ସୁଦ୍ଧା ସରିବ ଶ୍ରୀମନ୍ଦିର ଜଗମୋହନ ପୋର୍ଟାଲ ଫ୍ରେମ କାମ। କଲମ, ବିମ ସ୍ଥାପନ ସହ ପକେଟିଂ କାମ ଶେଷ ହୋଇଛି। ୧୧ଟି ପୋର୍ଟାଲ ଫ୍ରେମ ବସି ସାରିଥିବା ବେଳେ ଆଉ ୫ଟି ଫ୍ରେମ୍‌ ବସିବ। ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ଯେଉଁ ଖସଡା ପ୍ରସ୍ତୁତି ହୋଇଥିଲା, ସେହି ଅନୁସାରେ କାମ ଚାଲିଛି। ଏହା କହିଛନ୍ତି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ହେମସାଗର ଅଭୟ କୁମାର ନାୟକ।

ଗତକାଲି ଜଗମୋହନ ମରାମତି କାର୍ଯ୍ୟର ସମୀକ୍ଷା କରିଥିଲେ ଏଏସ୍‌ଆଇ କୋର କମିଟି ସହ ରାଜ୍ୟ ପୂର୍ତ୍ତ ବିଭାଗ ଯନ୍ତ୍ରୀ। ତେବେ ଏଥିରେ ଜଗମୋହନର ଛାତ ଦୁର୍ବଳ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି।