ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସତ୍ୟପାଠ ଦାଖଲ ସମୟ ଆଉ ୧୫ ଦିନ ବଢ଼ିଲା

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସତ୍ୟପାଠ ଦାଖଲ ସମୟ ସୀମାକୁ ପୁଣି ବୃଦ୍ଧି କରିଛନ୍ତି ଜଷ୍ଟିସ୍ ବି.ପି ଦାସ କମିଶନ୍‌। ଆଜି ସତ୍ୟପାଠ ଦାଖଲ କରିବାର ଶେଷ ତାରିଖ ଥିଲା ବେଳେ କମିଶନ୍ ଏହାକୁ ଆଉ ୧୫ ଦିନ ବଢାଇ ଦେଇଛନ୍ତି। ଡିସେମ୍ବର ୨୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ଗତକାଲି ଗୋଟିଏ ଦିନରେ ୩୫୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା ବୋଲି ଜଷ୍ଟିସ୍ ବି.ପି ଦାସ ସୂଚନା ଦେଇଥିଲେ। କମିଶନଙ୍କ ନିକଟରେ ସର୍ବସାଧାରଣ […]

bpdas

bpdas

Rakesh Mallick
  • Published: Sunday, 04 December 2016
  • Updated: 04 December 2016, 11:13 AM IST

Sports

Latest News

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସତ୍ୟପାଠ ଦାଖଲ ସମୟ ସୀମାକୁ ପୁଣି ବୃଦ୍ଧି କରିଛନ୍ତି ଜଷ୍ଟିସ୍ ବି.ପି ଦାସ କମିଶନ୍‌। ଆଜି ସତ୍ୟପାଠ ଦାଖଲ କରିବାର ଶେଷ ତାରିଖ ଥିଲା ବେଳେ କମିଶନ୍ ଏହାକୁ ଆଉ ୧୫ ଦିନ ବଢାଇ ଦେଇଛନ୍ତି। ଡିସେମ୍ବର ୨୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି।

ଗତକାଲି ଗୋଟିଏ ଦିନରେ ୩୫୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା ବୋଲି ଜଷ୍ଟିସ୍ ବି.ପି ଦାସ ସୂଚନା ଦେଇଥିଲେ।

କମିଶନଙ୍କ ନିକଟରେ ସର୍ବସାଧାରଣ ସେମାନଙ୍କର ସତ୍ୟପାଠ ଓ ପ୍ରସ୍ତାବ ଦାଖଲ କରିବାର ସମୟସୀମା ଗତ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା। କିନ୍ତୁ ଗତ ଅକ୍ଟୋବର ୩୧ ତାରିଖରେ କମିଶନ ଏହାକୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ରାଜ୍ୟର ୩୦ଟି ଜିଲ୍ଲାପାଳ ଅଫିସ୍, ଭୁବନେଶ୍ୱର ଉପଜିଲ୍ଲାପାଳ ଓ କମିଶନ କାର୍ଯ୍ୟାଳୟକୁ ମିଶାଇ ମୋଟ ୩୨ଟି ଅଭିଯୋଗ ବାକ୍ସ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos