ପୁରୀରେ ୧୫୯ ମଣ୍ଡିରେ ଆଜିଠାରୁ କିଣାଯିବ ଧାନ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ପୁରୀ: ଜିଲ୍ଲାରେ ଅଭାବୀ ଧାନ ବିକ୍ରି ରୋକିବାକୁ ଆଜିଠାରୁ ୧୫୯ଟି ମଣ୍ଡି ଖୋଲୁଛି। ୭ ଦିନ ମଧ୍ୟରେ ଆଉ ୬ଟି ମଣ୍ଡି ଖୋଲାଯିବ। ପୁରୀ ସର୍କିଟ ହାଉସରେ ଧାନକିଣା ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହା କହିଛନ୍ତି। ଚଳିତ ଖରିଫ ଋତୁରେ ଜିଲ୍ଲାରେ ୪ଲକ୍ଷ ୪୧ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ସ୍ଥିର ହୋଇଛି। ଏଥିପାଇଁ ୮ହଜାର ୫୯୬ ଜଣ ଚାଷୀଙ୍କ ନାଁ ପଞ୍ଜୀକୃତ ହୋଇଛି।

ଅନ୍ୟପଟେ ଯୋଗ୍ୟ ହିତାଧିକାରୀ କିପରି ଖାଉଟି କାର୍ଡ ପାଇପାରିବେ ତା’ ଉପରେ ଗୁରୁତ୍ୱ  ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି। ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ

ବୁଣାକାରଙ୍କ ପାଇଁ ବାର୍ତ୍ତାଟିଏ ଦେବାକୁ ଭୁଲିଗଲେ ସରକାର!

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌