ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ନ ଦେଲେ ଗାଁରୁ ବାସନ୍ଦ ଧମକ

ପୁରୀ: ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ନ ଦେଲେ ଗାଁରୁ ବାସନ୍ଦ କରାଯିବାକୁ ଧମକ ଦିଆଯାଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳରାମପୁରଗଡ଼ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁବାଷ ଜେନାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି।

ମାଧିପୁର ଗାଁରେ ୬ଟି ପରିବାର ଭୋଟ୍‌ ନ ଦେବାକୁ କହିବାରୁ ସେମାନଙ୍କୁ ନିଆଁ ପାଣି ବାସନ୍ଦ କରିବାକୁ ଧମକ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିସହ ଗାଁ ପୋଖରୀ ପାଣିକୁ ଚାଷ ଜମିକୁ ନ ଦେବାକୁ ମଧ୍ୟ ଧମକ ଦିଆଯାଇଛି। ଏନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ଏଭଳି ଅଭିଯୋଗକୁ ସୁବାଷ ଖଣ୍ଡନ କରିଛନ୍ତି।