ପୁରୀ: ଭାର୍ଗବୀ ନଦୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଭାର୍ଗବୀ ନଦୀରେ ବୁଡ଼ି ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଗଣେଶ୍ୱର ରାଉତ। ତାଙ୍କ ଘର ଅନୁଗୋଳରେ।  ମହାଦେବଙ୍କ ପାଖରେ ଜଳଲାଗି ପାଇଁ ଭାର୍ଗବୀ ନଦୀରୁ ପାଣି ଆଣୁଥିବା ବେଳେ ହଠାତ୍ ସେ ଭାସି ଯାଇଥିଲେ। ଚନ୍ଦନପୁର ପୋଲିସ୍‌ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

ସେହିପରି ଢେଙ୍କନାଳ ଜିଲ୍ଲା ଭୁବନ ଟିପିଳେଇ ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ କାଉଡିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାମାକ୍ଷାନଗର ଏବଂ ଜଣଙ୍କୁ ଭୁବନ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି। କାଉଡିଆମାନେ ଭୁବନ ବୁଦ୍ଧେଶ୍ୱର ଶିବ ମନ୍ଦିରରେ ଜଳଲାଗି କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।