ପୁରୀ: ପୁରୀରେ ନୀଳାଦ୍ରିବିଜେ ବେଳେ ସେବାୟତଙ୍କ ବିଶୃଙ୍ଖଳା ଘଟଣାକୁ ନେଇ ଗିରଫଦାରୀ ଭୟରେ ଆଜି ଆଉ ଜଣେ ସେବାୟତ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ତାଙ୍କ ନାଁ ଭୀମସେନ ପଲଙ୍କଧାରୀ।
ଏହା ପୂର୍ବରୁ ୩ ଜଣ ସେବାୟତ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ସେମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ଓ ସାଇନା ଖୁଣ୍ଟିଆ।
ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୋଲିସ୍ ଏବେ ସୁଦ୍ଧା ମୋଟ ୧୨ ଜଣ ସେବାୟତଙ୍କୁ ଗିରଫ କରି ସାରିଲାଣି।
ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସେବାୟତମାନେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିବା ସହ ଏହି ଘଟଣାରେ ଖବର ସଂଗ୍ରହ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା ମଧ୍ୟ କରିଥିଲେ। ଏହାକୁ ନେଇ କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖା ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।