ପୁରୀ: ପହିଲି ଭୋଗ ନୀତି ପରେ ଆରମ୍ଭ ହେବ ଜଗମୋହନ ମରାମତି କାମ

ପୁରୀ: ମାସେବ୍ୟାପୀ ଚାଲୁ ରହିଥିବା ପହିଲି ଭୋଗ ନୀତି ସରିବା ପରେ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ତେବେ କାମ କେବେ ହେବ ସେ ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ତାରିଖ ସ୍ଥିର ହେବ ବୋଲି କିଛି ସେବାୟତ କହିଛନ୍ତି । ଜଗମୋହନ ମରାମତି ସମୟରେ ଠାକୁରଙ୍କ ବିଭିନ୍ନ ନୀତି ପରିଚାଳନା ନେଇ ପର୍ଯ୍ୟାୟକ୍ରମେ ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରୁଛନ୍ତି। ଏହିକ୍ରମରେ ସୋମବାର ପ୍ରତିହାରି ନିଯୋଗ […]

puri

puri

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 02:28 AM IST

Sports

Latest News

ପୁରୀ: ମାସେବ୍ୟାପୀ ଚାଲୁ ରହିଥିବା ପହିଲି ଭୋଗ ନୀତି ସରିବା ପରେ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ତେବେ କାମ କେବେ ହେବ ସେ ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ତାରିଖ ସ୍ଥିର ହେବ ବୋଲି କିଛି ସେବାୟତ କହିଛନ୍ତି ।

ଜଗମୋହନ ମରାମତି ସମୟରେ ଠାକୁରଙ୍କ ବିଭିନ୍ନ ନୀତି ପରିଚାଳନା ନେଇ ପର୍ଯ୍ୟାୟକ୍ରମେ ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରୁଛନ୍ତି। ଏହିକ୍ରମରେ ସୋମବାର ପ୍ରତିହାରି ନିଯୋଗ ସହ ଆଉ କିଛି ନିଯୋଗ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରି ସେବାୟତଙ୍କ ମତାମତ ନେଇଛନ୍ତି।

ତେବେ ଛତିଶା ନିଯୋଗ ସହ ଆଲୋଚନା କରି ତାରିଖ ସ୍ଥିର କରିବାକୁ ମତ ଦିଆଯାଇଥିବା କିଛି ସେବାୟତ କହିଛନ୍ତି। ଡିସେମ୍ୱର ପ୍ରଥମ କିମ୍ୱା ତୃତୀୟ ସପ୍ତାହ ବେଳକୁ ଜଗମୋହନ ମରାମତି କାମ କରାଯିବାକୁ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ନୀତିକାନ୍ତି ଯୋଗୁଁ ଏହାକୁ ଘୁଞ୍ଚା ଯାଇଛି। ଜାନୁଆରୀ ୨୦ ତାରିଖ ସୁଦ୍ଧା କାମ ଆରମ୍ଭ ହେବାର ସମ୍ଭାବନା ଥିବା କିଛି ସେବାୟତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos