‘ଶ୍ରୀକ୍ଷେତ୍ରକୁ ଯେଉଁଭଳି ଗୁରୁତ୍ୱ ଦେବା କଥା ତାହା ଦିଆଯାଉନି’

ପୁରୀ: ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ଧାର୍ମିକ ଦୃଷ୍ଟିକୋଣରୁ ରାଜ୍ୟ ସରକାର ଯେଉଁଭଳି ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି। ପୂର୍ବରୁ ଏହି କ୍ଷେତ୍ର ପାଇଁ ବହୁ ଯୋଜନା କରାଯାଇଛି। ଏପରିକି ଟଙ୍କା ମଧ୍ୟ ଆସିଛି। ମାତ୍ର ବାସ୍ତବ କ୍ଷେତ୍ରରେ କଣ ଉନ୍ନତି ଘଟୁଛି ଆମେ ଜାଣିପାରୁନୁ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପୁରୀରେ ଆୟୋଜିତ ସ୍ୱତନ୍ତ୍ର […]

puri-gajapati-dibyashing-deb

puri-gajapati-dibyashing-deb

Rakesh Mallick
  • Published: Monday, 19 December 2016
  • Updated: 19 December 2016, 05:38 PM IST

Sports

Latest News

ପୁରୀ: ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ଧାର୍ମିକ ଦୃଷ୍ଟିକୋଣରୁ ରାଜ୍ୟ ସରକାର ଯେଉଁଭଳି ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି। ପୂର୍ବରୁ ଏହି କ୍ଷେତ୍ର ପାଇଁ ବହୁ ଯୋଜନା କରାଯାଇଛି। ଏପରିକି ଟଙ୍କା ମଧ୍ୟ ଆସିଛି। ମାତ୍ର ବାସ୍ତବ କ୍ଷେତ୍ରରେ କଣ ଉନ୍ନତି ଘଟୁଛି ଆମେ ଜାଣିପାରୁନୁ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ପୁରୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗଜପତି କହିଛନ୍ତି,“୧୦ଟି ଐତିହ୍ୟ ସମ୍ପନ୍ନ ସହର ମଧ୍ୟରେ ପୁରୀକୁ ବଛାଯାଇଛି। ଏଠି ଆଇକନ୍‌ ସିଟି ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ଦିଗଦର୍ଶନ ଦେଉଥିବା ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା ଏବଂ ବିଚାରବିମର୍ଶ କରିବାର ଆବଶ୍ୟକତା ରହିଛି।”

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି,“ଗଜପତି ମହାରାଜ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତାମତ। ସେ ସମ୍ପର୍କରେ ମୋର କିଛି ପ୍ରତିକ୍ରିୟା ଦେବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos