ରଥଯାତ୍ରା ପ୍ରସ୍ତୁତି: ପୁରୀ ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକା ଉପରେ ବର୍ଷିଲେ ଆରଡିସି

ପୁରୀ: ଆଗାମୀ ରଥଯାତ୍ରା ପ୍ରସ୍ତୁତି ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏ.ବି. ଓତାଙ୍କ ଅଧ୍ୟକ୍ଷତାରେ ପୁରୀରେ ରଥଯାତ୍ରା ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହରର ପରିମଳ ବ୍ୟବସ୍ଥାକୁ ନେଇ ପୌରପାଳିକା ଉପରେ ଆରଡିସି ବର୍ଷିଛନ୍ତି।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସବୁ ଡ୍ରେନ ସଫା କରିବାକୁ ଆରଡିସି ନିର୍ଦ୍ଦେଶ ଦେବା ସହ ଜବରଦଖଲ ଥିଲେ ତରନ୍ତ ହଟାଇବାକୁ କହିଛନ୍ତି।

ମେଡିକାଲ-ମୂଷା ନଈ ରାସ୍ତା ଓ ଡ୍ରେନ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ରାସ୍ତା କାମ ରଥଯାତ୍ରା ପୂର୍ବରୁ ସାରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ତତ୍ପର ହେବାକୁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ରଥଯାତ୍ରା ପାଇଁ ରଥ ଖଳାରେ ରଥ କାମ ଜୋରସୋରରେ ଚାଲିଛି। ଦଣ୍ଡା, ଗରଗରା ଓଚାରି ନାହାକା କାମ ଚାଲିଛି। ଆଗକୁ ଦେବସ୍ନାନ ପୂର୍ଣ୍ଣିମାରେ ଚାରି ନାହାକା ଉଠିବାର ପରମ୍ପରା ରହିଛି।

ଆହୁରି ପଢ଼ନ୍ତୁ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କୁ ଘନଘନ ଜେରା

ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ମୋ ପାଇଁ ଏ ଦ୍ୱାର କାହିଁକି ବନ୍ଦ ? ମୁଁ ବଞ୍ଚିବାକୁ ଚାହେଁ…

ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ