ଗାଁକୁ ଫେରିଛି ଶାନ୍ତି: ହେଲେ ୧୪୪ ଧାରା ବଳବତ୍ତର

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗାଁ ଧୀରେଧୀରେ ଶାନ୍ତ ହେଉଛି। ମାତ୍ର ୧୪୪ ଧାରା ବଳବତ୍ତର ରହିଛି। ଏବେ ମଧ୍ୟ ୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ପୁରୀ ଏସ୍‌ପି ଘଟଣା ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଆଜି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଆସନ୍ତାକାଲି ସୁଦ୍ଧା ପରିସ୍ଥିତି ସ୍ୱଭାବିକ ହୋଇଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟିବ ତାକୁ ନଜରରେ ରଖି ଆଜି ଏକ […]

dalanga incident

dalanga incident

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 06:21 PM IST

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗାଁ ଧୀରେଧୀରେ ଶାନ୍ତ ହେଉଛି। ମାତ୍ର ୧୪୪ ଧାରା ବଳବତ୍ତର ରହିଛି। ଏବେ ମଧ୍ୟ ୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ପୁରୀ ଏସ୍‌ପି ଘଟଣା ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଆଜି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଆସନ୍ତାକାଲି ସୁଦ୍ଧା ପରିସ୍ଥିତି ସ୍ୱଭାବିକ ହୋଇଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟିବ ତାକୁ ନଜରରେ ରଖି ଆଜି ଏକ ୨୪ ଜଣିଆ ଶାନ୍ତି କମିଟି ଗଠନ କରାଯାଇଛି। ଏହି କମିଟିରେ ଘୋରଡିଆ ଗାଁର ବରିଷ୍ଠ ଲୋକମାନେ ସଦସ୍ୟ ଅଛନ୍ତି। ଏଥିପାଇଁ ଜଣେ ଆବାହକ ଓ ଉପଆବାହକଙ୍କୁ ମନୋନୀତ କରାଯାଇଛି। କିଛି ଦିନ ବ୍ୟବଧାନରେ ଏହି କମିଟିର ବୈଠକ ବସିବ। ଏହାଛଡ଼ା ଶାନ୍ତି କମିଟି ସଦସ୍ୟଙ୍କୁ ନେଇ ଆଉ ଏକ କୋର କମିଟି ଗଠନ କରାଯାଇଛି। ଏହି କୋର କମିଟି ଗାଁର ଛୋଟବଡ଼ ଗଣ୍ଡଗୋଳ ସମାଧାନ କରିବ।

ଆଜିର ବୈଠକରେ ପୁରୀ ଏଡିଏମ୍‌, ଉପଜିଲ୍ଲାପାଳ, ଏସ୍‌ଡିପିଓ ଓ ଆଡିସିନାଲ ଏସ୍‌ପି ଉପସ୍ଥିତ ରହିଥିଲେ।

ଗତକାଲି ଉଭୟ ଗୋଷ୍ଠୀ ପକ୍ଷରୁ ଘୋରଡ଼ିଆ ଗାଁ ଓ ଆଖପାଖ ଅଞ୍ଚଳରେ ହୋଇଥିବା ବୋମା ମାଡ଼ ଏବଂ ଦୋକାନରେ ଭଙ୍ଗାରୁଜା ହୋଇଥିଲା। ଏକ କୁକୁଡା ଫାର୍ମରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିବା ବେଳେ ଗୋଟିଏ ଜେସିବି ଓ ଟ୍ରାକ୍ଟର ପୋଡି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos