ଫୁଟା ଡଙ୍ଗାରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ପରୀକ୍ଷାର୍ଥୀ

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ଜାଗୁଳେଇପଦର ଗାଁର ଛାତ୍ରଛାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ଫୁଟା ଡଙ୍ଗାରେ ଦୟା ନଦୀ ପାର ହୋଇ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଛନ୍ତି। ଡଙ୍ଗାରୁ ପାଣି ଝରୁଥିବାରୁ ସାଥୀରେ ଯାଉଛନ୍ତି ଅଭିଭାବକ। ଡଙ୍ଗାରୁ ପାଣି ଉଝାଳିବା କାମ ଅଭିଭାବକମାନେ କରୁଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ପାଇକମରା ଓ ଜାଗୁଳେଇପଦର ୧୫୦ ପିଲା ଡଙ୍ଗାରେ ନଦୀ ପାର ହୋଇ କଣାସ ବତଲକ ଗଡ଼ିଶାଗୋଦା କେନ୍ଦ୍ରକୁ ଯାଉଛନ୍ତି। ପାଇକମରାରେ ଯଦିଓ ବିଦ୍ୟାଳୟ ଅଛି […]

pipili

pipili

Rakesh Mallick
  • Published: Friday, 03 March 2017
  • Updated: 03 March 2017, 11:10 PM IST

Sports

Latest News

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ଜାଗୁଳେଇପଦର ଗାଁର ଛାତ୍ରଛାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ଫୁଟା ଡଙ୍ଗାରେ ଦୟା ନଦୀ ପାର ହୋଇ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଛନ୍ତି। ଡଙ୍ଗାରୁ ପାଣି ଝରୁଥିବାରୁ ସାଥୀରେ ଯାଉଛନ୍ତି ଅଭିଭାବକ। ଡଙ୍ଗାରୁ ପାଣି ଉଝାଳିବା କାମ ଅଭିଭାବକମାନେ କରୁଛନ୍ତି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ପାଇକମରା ଓ ଜାଗୁଳେଇପଦର ୧୫୦ ପିଲା ଡଙ୍ଗାରେ ନଦୀ ପାର ହୋଇ କଣାସ ବତଲକ ଗଡ଼ିଶାଗୋଦା କେନ୍ଦ୍ରକୁ ଯାଉଛନ୍ତି। ପାଇକମରାରେ ଯଦିଓ ବିଦ୍ୟାଳୟ ଅଛି କିନ୍ତୁ ଏଥର ଏଠାରେ ସେଣ୍ଟର ହୋଇନି। ସେଥିପାଇଁ ପିଲାମାନେ ଗଡ଼ିଶାଗୋଦା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଉଛନ୍ତି।

ଛାତ୍ରୀ ମନ୍ଦିରା ବେହେରା କହିଛନ୍ତି,“ଜାଗୁଳେଇପଦର ଗାଁରେ ସ୍କୁଲ ନାହିଁ। ସେଥିପାଇଁ ଆମେ ପାଠ ପଢ଼ିବାକୁ ଗଡ଼ିଶାଗୋଦାକୁ ଯାଉଛୁ। ସ୍ଥଳ ପଥରେ ସ୍କୁଲ ଗଲେ ଆମକୁ ୧୦ରୁ ୧୨ କିମି ଅତିକ୍ରମ କରି ଯିବାକୁ ପଡ଼ିବ। ସେଥିପାଇଁ ଆମେ ନଦୀ ପାର ହୋଇ ଯାଉଛୁ।”

ବୈଜୟନ୍ତୀ ବେହେରା କହିଛନ୍ତି,“ନଦୀ ଉପରେ ସେତୁ ନଥିବାରୁ ବହୁ ଅସୁବଧାରେ ପଡ଼ୁଛୁ। ସ୍କୁଲରେ ବିଳମ୍ୱରେ ପହଞ୍ଚୁଥିବାରୁ ଅନେକ ସମୟରେ ଶିକ୍ଷକଙ୍କଠାରୁ ଗାଳି ମଧ୍ୟ ଖାଉଛୁ।

ଅଭିଭାବକ ବ୍ରଜବନ୍ଧୁ ବେହେରା କହିଛନ୍ତି,“ମୋର ଛାତ୍ରାବସ୍ଥାରୁ ଆମେ ଏପରି ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛୁ। ଏବେ ମଧ୍ୟ ଆମ ପିଲାମାନେ ସେହିପରି ଡଙ୍ଗାରେ ନଦୀ ପାର ହେଉଛନ୍ତି। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ଯାଉଛନ୍ତି। ପିଲାମାନଙ୍କୁ ଡଙ୍ଗାରେ ଏକୁଟିଆ ଛାଡୁନୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos