ପୁରୀ (ଓଡ଼ିଶା ରିପୋର୍ଟର): ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚୋରି ଯାଇଥିବା ଅଷ୍ଟଧାତୁ ମୂର୍ତ୍ତି ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ପୁରୀ ପୋଲିସ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ଚୋରି ହୋଇଥିବା ମୂର୍ତ୍ତି ଉଦ୍ଧାର ହୋଇଛି।
ଅଭିଯୁକ୍ତମାନେ ଗୋପ, ନିଶ୍ଚିନ୍ତକୋଇଲି ଓ ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦି ଅଞ୍ଚଳରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ଆସୁଥିଲେ। ଅଭିଯୋଗ ପରେ ପୁରୀ ପୋଲିସର ଏକ ଟିମ୍ ଏନେଇ ତଦନ୍ତ ଜାରି ରଖିଥିଲା। ଧରାପଡିଥିବା ରାକେଟର ଚେର ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀକୁ ଲମ୍ବିଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।