ରତ୍ନଭଣ୍ଡାର ଭିତରେ ବେହୋସ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହୋଇଛି। ଏଥିପାଇଁ ଆଜି ଏକ ୧୬ ଜଣିଆ ପ୍ରତିନିଧି ମଣ୍ଡଳ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। ତେବେ ପ୍ରତିନିଧି ମଣ୍ଡଳର ସଦସ୍ୟ ଜି.ସି ମିତ୍ର ବାହାରକୁ ଚାଲି ଆସିଛନ୍ତି। ରତ୍ନ ଭଣ୍ଡାର ଭିତରେ ତାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ବେହୋସ ହୋଇପଡ଼ିଥିଲେ। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ତାଙ୍କୁ ରତ୍ନଭଣ୍ଡାର ଭିତରୁ ବାହାର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଏଏସ୍‌ଆଇ ଅଫିସ୍‌ରେ ରଖାଯାଇଛି। ମିଳିଥିବା ଶେଷ […]

Puri

Puri

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 04:34 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହୋଇଛି। ଏଥିପାଇଁ ଆଜି ଏକ ୧୬ ଜଣିଆ ପ୍ରତିନିଧି ମଣ୍ଡଳ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। ତେବେ ପ୍ରତିନିଧି ମଣ୍ଡଳର ସଦସ୍ୟ ଜି.ସି ମିତ୍ର ବାହାରକୁ ଚାଲି ଆସିଛନ୍ତି। ରତ୍ନ ଭଣ୍ଡାର ଭିତରେ ତାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ବେହୋସ ହୋଇପଡ଼ିଥିଲେ। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ତାଙ୍କୁ ରତ୍ନଭଣ୍ଡାର ଭିତରୁ ବାହାର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଏଏସ୍‌ଆଇ ଅଫିସ୍‌ରେ ରଖାଯାଇଛି।

ମିଳିଥିବା ଶେଷ ଖବର ଅନୁଯାୟୀ, ଯାଞ୍ଚକାରୀମାନେ ରତ୍ନ ଭଣ୍ଡାରର ବାହାର ଦୁଇଟି ଭଣ୍ଡାରର ଯାଞ୍ଚ ସାରି ଫେରି ଆସିଛନ୍ତି। ଭିତର ଭଣ୍ଡାରର ଯାଞ୍ଚ ହୋଇନାହିଁ। ଭିତରକୁ ଯାଇ ଫେରିଥିବା ତଡ଼ଉକରଣ ହିମାଂଶୁ ପଟ୍ଟନାୟକ କହିଛନ୍ତି ଯେ, ବିଧି ମୁତାବକ ଯାଞ୍ଚ ହୋଇଛି। ଭଣ୍ଡାର ଘରର ଛାତରେ ଫାଟ ରହିଛି।

ଆଜି ଦିନ ଦୁଇଟା ପରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୧୭ ଜଣିଆ ଯାଞ୍ଚକାରୀ ଦଳ ରତ୍ନଭଣ୍ଡାର ଭିତରକୁ ଯିବାକୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ତେବେ ପୁରୀ ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଗାମୁଛା ପିନ୍ଧି ନଥିବାରୁ ରତ୍ନ ଭଣ୍ଡାର ଭିତରକୁ ଯାଇନଥିଲେ। କିନ୍ତୁ ଅନ୍ୟ ୧୬ ଜଣ ଭିତରକୁ ଯାଇଥିଲେ। ଏହି ଯାଞ୍ଚକାରୀ ଦଳର ମୂଳ ଲକ୍ଷ୍ୟ ଥିଲା, ରତ୍ନଭଣ୍ଡାର ଘରର ସ୍ଥିର ପରଖିବା। ଘରର ସ୍ଥିତି କେମିତି ଅଛି, ମହାପ୍ରଭୁଙ୍କ ସଂପତ୍ତିକୁ ସୁରକ୍ଷା ଦେବାରେ ଏହା କେତେ ସମର୍ଥ ତାହା ଯାଂଚ କରି ଫେରିବେ। କିନ୍ତୁ ମିଳିଥିବା ଖବର ଅନୁଯାୟୀ, ବାହାର ଯାଂଚ କେବଳ ହୋଇଛି, ଭିତର ଭଣ୍ଡାରର ହୋଇପାରି ନାହିଁ। କାହିଁକି ଓ କେଉଁ ପରିସ୍ଥିତିରେ ଯାଂଚ ଆଉ କରାଗଲା ନାହିଁ, ସେ ସଂପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପ୍ରଶାସନର କୌଣସି ବ୍ୟକ୍ତି ଏ ସଂପର୍କରେ ସିଧାସଳଖ ସୂଚନା ଦେଇନାହାଁନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos