ପୁରୀରେ ଦକ୍ଷ ଯୁବକ, ଯୁବତୀଙ୍କ ଅଭାବ ନାହିଁ: ସୁବ୍ରତ ବାଗଚୀ

ପୁରୀ: “ପୁରୀ ଜିଲ୍ଲାରେ ଦକ୍ଷ ଯୁବକ ଓ ଯୁବତୀଙ୍କ ଅଭାବ ନାହିଁ। ଏମାନଙ୍କୁ ସଠିକ୍‌ ପ୍ରଶିକ୍ଷଣ ଦେବା ଜରୁରୀ” ବୋଲି ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ଚେୟାରମ୍ୟାନ ସୁବ୍ରତ ବାଗଚୀ ଆଜି ସର୍କିଟ ହାଉସରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି। ସେ କହିଛନ୍ତି, “ଦକ୍ଷ ଯୁବକ ଓ ଯୁବତୀଙ୍କୁ  ସଠିକ୍ ପ୍ରଶିକ୍ଷଣ ଦେବା  ପାଇଁ ଜିଲ୍ଲାରେ ଏମ୍ପଲଏମେଣ୍ଟ ମିଶନ ଖୋଲାଯିବ। ଏହା ସହ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ […]

subrat-bagchi

subrat-bagchi

Rakesh Mallick
  • Published: Friday, 02 September 2016
  • Updated: 02 September 2016, 10:44 PM IST

Sports

Latest News

ପୁରୀ: “ପୁରୀ ଜିଲ୍ଲାରେ ଦକ୍ଷ ଯୁବକ ଓ ଯୁବତୀଙ୍କ ଅଭାବ ନାହିଁ। ଏମାନଙ୍କୁ ସଠିକ୍‌ ପ୍ରଶିକ୍ଷଣ ଦେବା ଜରୁରୀ” ବୋଲି ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ଚେୟାରମ୍ୟାନ ସୁବ୍ରତ ବାଗଚୀ ଆଜି ସର୍କିଟ ହାଉସରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି।

ସେ କହିଛନ୍ତି, “ଦକ୍ଷ ଯୁବକ ଓ ଯୁବତୀଙ୍କୁ  ସଠିକ୍ ପ୍ରଶିକ୍ଷଣ ଦେବା  ପାଇଁ ଜିଲ୍ଲାରେ ଏମ୍ପଲଏମେଣ୍ଟ ମିଶନ ଖୋଲାଯିବ। ଏହା ସହ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଆରମ୍ଭ କରାଯିବ। ଏହାଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀ ବିନା ଟଙ୍କା ଖର୍ଚ୍ଚରେ ତାଲିମ ନେଇ ଓଡ଼ିଶା ବାହାରେ ଭଲ ଚାକିରି କରି ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos