ପୁରୀ: ସମୁଦ୍ର କୂଳ ଲଙ୍ଘିବା ଘଟଣାର ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ପୁରୀ: ଆଇଆଇଟି ମାଡ୍ରାସ୍‌ର ବିଶେଷଜ୍ଞ ଦଳ ପୁରୀରେ ସମୁଦ୍ର କୁଳ ଲଙ୍ଘିବା ଘଟଣାର ଆଜି ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ଦଳ ପୁରୀ ବେଳାଭୂମୀ ଓ ମଙ୍ଗଳା ନଦୀ ମୁହାଣ ଅଞ୍ଚଳକୁ ଯାଇ ଅନୁଧ୍ୟାନ ଚଳାଇଛନ୍ତି। ଡକ୍ଟର ସୁଦର୍ଭା ଦିଭେଲୁ ଏହି ଟିମ୍‌ର ନେତୃତ୍ୱ ନେଉଛନ୍ତି। ଦିଭେଲୁଙ୍କ ସହ ଆର୍ତ୍ତତ୍ରାଣ ସାହୁ ଏବଂ କାଦିର ରାୱନ ପ୍ରମୁଖ ବେଳାଭୂମି ବୁଲି ଦେଖିଛନ୍ତି। ଏମାନଙ୍କ ସହ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି।

ଏହାସହ ଅସ୍ତରଙ୍ଗ ଛେନୁଆଁ କୂଳରେ ମଧ୍ୟ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବେ।