ପୁରୀ ସମୁଦ୍ର କୂଳର ୧୦ଟି ହୋଟେଲକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ୍‌

ପୁରୀ: ପୁରୀ ସମୁଦ୍ର କୂଳରେ ଥିବା ୧୦ଟି ହୋଟେଲକୁ ବନ୍ଦ କରିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶରେ କ୍ଲୋଜ୍‌ର ନୋଟିସ୍‌ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହି ହୋଟେଲ ମାନଙ୍କର ନିଜସ୍ୱ ଜଳ ବିଶୋଧନାଗାର ନ ଥିବାରୁ ନିର୍ଗତ ଆବର୍ଜନାକୁ ବାହାରକୁ ଛାଡୁଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ନୋଟିସ୍‌ ହେବା ପରେ ହୋଟେଲ୍ କର୍ତ୍ତୃପକ୍ଷମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ନୋଟିସ୍‌ ଉପରେ ରହିତାଦେଶ ଦେଇଥିଲେ। କିନ୍ତୁ ଶୁକ୍ରବାର ରହିତାଦେଶ ଉଠିବା […]

padusana bord

padusana bord

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 02:38 PM IST

Sports

Latest News

ପୁରୀ: ପୁରୀ ସମୁଦ୍ର କୂଳରେ ଥିବା ୧୦ଟି ହୋଟେଲକୁ ବନ୍ଦ କରିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶରେ କ୍ଲୋଜ୍‌ର ନୋଟିସ୍‌ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହି ହୋଟେଲ ମାନଙ୍କର ନିଜସ୍ୱ ଜଳ ବିଶୋଧନାଗାର ନ ଥିବାରୁ ନିର୍ଗତ ଆବର୍ଜନାକୁ ବାହାରକୁ ଛାଡୁଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ନୋଟିସ୍‌ ହେବା ପରେ ହୋଟେଲ୍ କର୍ତ୍ତୃପକ୍ଷମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ନୋଟିସ୍‌ ଉପରେ ରହିତାଦେଶ ଦେଇଥିଲେ। କିନ୍ତୁ ଶୁକ୍ରବାର ରହିତାଦେଶ ଉଠିବା ପରେ ପୁର୍ନବାର ନୋଟିସ୍‌ ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଆସନ୍ତା ୨ ଦିନ ମଧ୍ୟରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos