କାନ୍ଥ ପଡ଼ି ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ଓ ଘର ମାଲିକଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

sarswati-mandirପୁରୀ: କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ଓ ୨୪ ଜଣ ଛାତ୍ରଛାତ୍ରୀ ଆହତ ଘଟଣାରେ ବାସୁକେରା ଗାଁର ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତା’ ସହିତ ଯେଉଁ ଘରର କାନ୍ଥ ଭାଙ୍ଗି ଥିଲା ତା’ର ମାଲିକଙ୍କ ବିରୁଦ୍ଧରେ ବି ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ଜିଲ୍ଲାରେ କେଉଁ ସ୍କୁଲ୍‌ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ସେ ନେଇ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଘଟଣ ଘଟିଥିବା ସରସ୍ୱତୀ ବିଦ୍ୟାମନ୍ଦିରଟି ଏବେ ବନ୍ଦ ଅଛି। ଏଥିରେ ୭୦୦ରୁ ଅଧିକ ପିଲା ପଢୁଛନ୍ତି। ଏହି ସ୍କୁଲ୍‌ ଗୃହର ବାସ୍ତବ ସ୍ଥିତି ଯାଞ୍ଚ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଦୁଇ ତିନି ମଧ୍ୟରେ କିପରି ସ୍କୁଲ୍‌ଟିକୁ ଖୋଲା ଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଡିପିସି ସୌନ୍ଦର୍ଯ୍ୟା ମଞ୍ଜରୀ ଦାସ କହିଛନ୍ତି।