ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଜୁନ୍‌ ୨ ସୁଦ୍ଧା ଶେଷ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆସନ୍ତା ଜୁନ୍‌ ୨ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମରାମତି କାମ ଠିକ୍‌ ଭାବେ ଚାଲିଥିବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ ହେବ ବୋଲି ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠର ଅନୁଧ୍ୟାନ ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମରାମତି କାମରେ ଅନୁଧ୍ୟାନ ପାଇଁ ହାଇକୋର୍ଟ ନିଯୁକ୍ତି କରିଥିବା ଏନ୍‌.କେ. ମହାନ୍ତି କମିଶନ ମଧ୍ୟ ଅନୁରୂପ ରିପୋର୍ଟ ଦାଖଲ କରିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣୀରେ ଭଣ୍ଡାର ଘର ମରାମତି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ୍‌ କହିଛନ୍ତି। ଆସନ୍ତା ୧୧ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ୧୦ ତାରିଖ ସୁଦ୍ଧା ଏଏସଆଇ ଓ ପୂର୍ତ୍ତ ବିଭାଗ ପକ୍ଷରୁ କାମର ଅଗ୍ରଗତି ସମ୍ପର୍କିତ ପ୍ରୋଗ୍ରେସ୍‌ ରିପୋର୍ଟ୍‌ ଦାଖଲ କରିବାକୁ କୋର୍ଟ୍‌ କହିଛନ୍ତି।