ଟ୍ରେନ୍‌ ଧକ୍କାରେ ବୃଦ୍ଧ ମୃତ

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ଆଳିକିଆ ରେଳ ଫାଟକ ନିକଟରେ ଟ୍ରେନ୍‌ ଧକ୍କାରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆଳିକିଆ ଗାଁର କୃପାସିନ୍ଧୁ ମୁଦୁଲି। ସେ ଶୌଚ ହେବା ପାଇଁ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସାନ୍ତ୍ରାଗାଚ୍ଛି-ପୁରୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରେଳବାଇ ପୋଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟ ଏକ ଘଟଣା କ୍ରମେ ପ୍ଲାଟଫର୍ମ ନଂ.୮ରେ […]

train-6

train-6

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 06:47 PM IST

Sports

Latest News

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ଆଳିକିଆ ରେଳ ଫାଟକ ନିକଟରେ ଟ୍ରେନ୍‌ ଧକ୍କାରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆଳିକିଆ ଗାଁର କୃପାସିନ୍ଧୁ ମୁଦୁଲି। ସେ ଶୌଚ ହେବା ପାଇଁ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସାନ୍ତ୍ରାଗାଚ୍ଛି-ପୁରୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରେଳବାଇ ପୋଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟ ଏକ ଘଟଣା କ୍ରମେ ପ୍ଲାଟଫର୍ମ ନଂ.୮ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଦୀର୍ଘ ସମୟ ଧରି ଶବ ପ୍ଲାଟଫର୍ମରେ ପଡ଼ିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos