ପୁରୀ ଟ୍ରେନ ପୋଡ଼ି ଘଟଣା: ତଦନ୍ତରୁ ଓହରିଲା ଏନ୍ଆଇଏ; ମାମଲା ଜିଆରପିକୁ ହସ୍ତାନ୍ତର

ପୁରୀ:  ପୁରୀ ଟ୍ରେନ ପୋଡ଼ି ଘଟଣା ଆତଙ୍କବାଦୀ ଘଟଣା ନୁହେଁ  ବୋଲି ଏନଆଇଏ ତଦନ୍ତରୁ ଜଣାପଡ଼ିବା ପରେ ଏ ମାମଲାର ତଦନ୍ତ ଏବେ ଜିଆରପି କରିବ।

ଟ୍ରେନ ପୋଡ଼ି ଘଟଣାରେ ଏନଆଇଏ ତରଫରୁ ବିଭିନ୍ନ ଦିଗକୁ ନିଆଯାଇ ତଦନ୍ତ କରାଯାଇଥିଲା। ଏଥିରେ  ସଂପୃକ୍ତ ସୁବାସ ରାମ ଚନ୍ଦ୍ରନର କୌଣସି ପ୍ରକାର ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ନ ଥିବା କଥା ସ୍ପଷ୍ଟ ହେବା ପରେ ଏହି ତଦନ୍ତରୁ ଏନ୍ଆଇଏ ଓହରିଯାଇଛି। ଏନ୍ଆଇଏ ତରଫରୁ ଏନେଇ ଗୃହ ମନ୍ତ୍ରଣାଳୟ ଅବଗତ କରାଯିବା ପରେ ମାମଲାକୁ ପୁଣି ଥରେ ଜିଆରପିକୁ ହସ୍ତାନ୍ତର କରାଯାଇଛି। ଏହାକୁ ଜିଆରପି ତରଫରୁ ତଦନ୍ତ କରାଯିବ ଏବଂ ସୁବାସ ରାମଚନ୍ଦ୍ରନ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ।

ଅନ୍ୟପକ୍ଷରେ ଏନଆଇଏର ଟିମ୍ ପୁରୀ ଆସିବା ପାଇଁ ସର୍କିଟ ହାଉସ ପରିସରରେ ୨ଦିନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ରୁମ୍ ବୁକିଂ କରାଯାଇଛି।

ଜିଆରପି ଏସଡିପିଓ  ଦେବେନ୍ଦ୍ର ଦାଶ କହିଛନ୍ତି, “ଏନ୍ଆଇଏର ଅଧିକାରୀ ସମସ୍ତ କାଗଜ ପତ୍ର କୋର୍ଟରେ ଦାଖଲ  କରିବା ପରେ  ଏସବୁକୁ ଅନୁଧ୍ୟାନ କରି  ଚାର୍ଜସିଟ୍ ପ୍ରସ୍ତୁତ କରାଯିବ ।”