ପୁରୀ:ପୁରୀ ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ  ବୁଡ଼ି ଆଜି ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସ୍ୱର୍ଗଦ୍ୱାର ନିକଟ ନିୟୁ ମେରାଇନ୍‌ ବିଚ ନିକଟ ସମୁଦ୍ରରେ ଗାଧୋଉଥିବା ବେଳେ ପଶ୍ଚିମବଙ୍ଗ ବୀରଭୂମିର  ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ ସମୁଦ୍ର ଭିତରକୁ ଭାସିଯାଇଥିଲେ। ପରେ ଲାଇଫ ଗାର୍ଡମାନେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଲାଇଟ ହାଉସ  ନିକଟ ବେଳାଭୂମିରେ ସୁଦୀପ୍ତ ରାଏ ଗାଧୋଉ ଥିବାବେଳେ ହଠାତ୍‌ […]

puri

puri

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 08:05 PM IST

Sports

Latest News

ପୁରୀ: ପୁରୀ ସମୁଦ୍ରରେ  ବୁଡ଼ି ଆଜି ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସ୍ୱର୍ଗଦ୍ୱାର ନିକଟ ନିୟୁ ମେରାଇନ୍‌ ବିଚ ନିକଟ ସମୁଦ୍ରରେ ଗାଧୋଉଥିବା ବେଳେ ପଶ୍ଚିମବଙ୍ଗ ବୀରଭୂମିର  ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ ସମୁଦ୍ର ଭିତରକୁ ଭାସିଯାଇଥିଲେ। ପରେ ଲାଇଫ ଗାର୍ଡମାନେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଲାଇଟ ହାଉସ  ନିକଟ ବେଳାଭୂମିରେ ସୁଦୀପ୍ତ ରାଏ ଗାଧୋଉ ଥିବାବେଳେ ହଠାତ୍‌ ଏକ ଲହଡି ‌ତାଙ୍କୁ ଗଭୀର ସମୁଦ୍ର ଭିତରକୁ ଟାଣି ନେଇଥିଲା। ସେଠାରେ ନୋଳିଆମାନେ  ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ  ସୁଦୀପ୍ତଙ୍କର ମୃତ୍ୟୁ ହୋଇଯାଇଥିଲା।

ପୁରୀ ସମୁଦ୍ର ଜୁଆରିଆ ରହିବା ଯୋଗୁଁ ମାତ୍ର ୩ ଦିନ ଭିତରେ ସମୁଦ୍ରରେ ଭାସି  ୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos