ଷ୍ଟେଜରେ ନାଚିନାଚି ସୁରକ୍ଷାକର୍ମୀଙ୍କ ଫାଙ୍କା ଗୁଳି ଚାଳନା; ଭିଡିଓ ଭାଇରାଲ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଷ୍ଟେଜରେ ନାଚିନାଚି ଫାଙ୍କା ଗୁଳି ଚାଳନା କରୁଛନ୍ତି ସୁରକ୍ଷା କର୍ମୀ। ଏଭଳି ଦୃଶ୍ୟ ସମ୍ବଳିତ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ପୁରୀର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ଭିଡିଓରେ ନାରାୟଣ ସାହୁ ନାମକ ପୁରୀର ଜଣେ ବ୍ୟବସାୟୀ ଷ୍ଟେଜ୍‌ରେ ନାଚୁଛନ୍ତି। ତାଙ୍କ ସହ କିଛି ସୁରକ୍ଷାକର୍ମୀ ମଧ୍ୟ ନାଚୁଛନ୍ତି। ନାଚିଲା ବେଳେ ଜଣେ ସୁରକ୍ଷାକର୍ମୀ ଏକ ବନ୍ଧୁକରୁ ଚାରି ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଛନ୍ତି। ପରେ ଅନ୍ୟ ଜଣେ ସୁରକ୍ଷାକର୍ମୀ ତିନି ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲେ।

ପୁରୀ ବାଲିସାହି ତେଲି ପଡ଼ିଆରେ ଏହି କାର୍ଯ୍ୟକ୍ରମ ହୋଇଥିବା କୁହାଯାଉଛି। ତେବେ ଏହି ଭିଡିଓ କେଉଁ ଦିନର, ତାହା  ସ୍ପଷ୍ଟ ହୋଇନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।