ନବକଳେବର ଦୁର୍ନୀତି, ବ୍ରହ୍ମବିବାଦ ରିପୋର୍ଟ ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ: ନବକଳେବର ପାଇଁ ଭିତ୍ତିଭୂମି ନିର୍ମାଣରେ ବ୍ୟାପକ ଦୁର୍ନୀତି  ଏବଂ ବ୍ରହ୍ମବିବାଦ ରିପୋର୍ଟ ଏଯାଏଁ ପ୍ରକାଶ କରାଯାଇ ନ ଥିବାରୁ ଆଜି ଏହାର ପ୍ରତିବାଦରେ  ପୁରୀରେ ଯୁବ କଂଗ୍ରେସ କର୍ମୀମାନେ ପୁରୀ ଆୟୁର୍ବେଦିକ ମହାବିଦ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନବକଳେବର ସମୟରେ  ଆରମ୍ଭ ହୋଇଥିବା ରାସ୍ତାଘାଟ,ଡ୍ରେନେଜ କାମ ଏଯାଏଁ ଅସମ୍ପୂର୍ଣ୍ଣ ଥିବା ଓ ପରିମଳ ବ୍ୟବସ୍ଥା  ବିପର୍ଯ୍ୟସ୍ତ ଠପ୍‌ ହୋଇଯାଇଥିବା ଦଳ ଅଭିଯୋଗ କରିଛି। ଜଣେ ଯୁବ କଂଗ୍ରେସ କର୍ମୀ କହିଛନ୍ତି, “ଗତବର୍ଷର ବ୍ରହ୍ମବିବାଦ […]

cog

cog

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 03:33 PM IST

Sports

Latest News

ପୁରୀ: ନବକଳେବର ପାଇଁ ଭିତ୍ତିଭୂମି ନିର୍ମାଣରେ ବ୍ୟାପକ ଦୁର୍ନୀତି  ଏବଂ ବ୍ରହ୍ମବିବାଦ ରିପୋର୍ଟ ଏଯାଏଁ ପ୍ରକାଶ କରାଯାଇ ନ ଥିବାରୁ ଆଜି ଏହାର ପ୍ରତିବାଦରେ  ପୁରୀରେ ଯୁବ କଂଗ୍ରେସ କର୍ମୀମାନେ ପୁରୀ ଆୟୁର୍ବେଦିକ ମହାବିଦ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନବକଳେବର ସମୟରେ  ଆରମ୍ଭ ହୋଇଥିବା ରାସ୍ତାଘାଟ,ଡ୍ରେନେଜ କାମ ଏଯାଏଁ ଅସମ୍ପୂର୍ଣ୍ଣ ଥିବା ଓ ପରିମଳ ବ୍ୟବସ୍ଥା  ବିପର୍ଯ୍ୟସ୍ତ ଠପ୍‌ ହୋଇଯାଇଥିବା ଦଳ ଅଭିଯୋଗ କରିଛି।

ଜଣେ ଯୁବ କଂଗ୍ରେସ କର୍ମୀ କହିଛନ୍ତି, “ଗତବର୍ଷର ବ୍ରହ୍ମବିବାଦ ରିପୋର୍ଟ ଆଇନ ମନ୍ତ୍ରୀ ଦେଇ ନାହାଁନ୍ତି। କିନ୍ତୁ ଆଜି ଘୋଷଯାତ୍ରା ପାଇଁ ବୈଠକ କରୁଛନ୍ତି। ଭିତ୍ତିଭୂମି ନାଁରେ ହରିଲୁଟ କରିଛନ୍ତି। ଓଡ଼ିଶାବାସୀ ଏହାର ଜବାବ ମାଗୁଛନ୍ତି। ସରକାର ତାହାର ଜବାବ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos