‘ମା, ଭଉଣୀ କହି ଗାଳିଗୁଲଜ କଲେ, ମୋ ଭାଇକୁ ଖଣ୍ଡା ଓ ଭୁଜାଲିରେ ହାଣିଲେ’

ପୁରୀ(ଓଡ଼ିଶା ରିପୋର୍ଟର): ସାହି ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ପୁରୀ ବାସେଳୀସାହି ଥାନା ମିଶ୍ରସାହିରେ ହୋଇଛି ଏହି ଆକ୍ରମଣ।

ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଅଳେଇ ଗଳିର ପ୍ରଦୀପ ତ୍ରିପାଠୀ ଓରଫ ସୁକାନ୍ତ ।ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଆକ୍ରମଣ ପରେ ସାହିରେ ଚାପା ଉତ୍ତେଜନା ଦେଖା ଦେଇଛି।

ଏନେଇ ପ୍ରଦୀପଙ୍କ ଭଉଣୀ କହିଛନ୍ତି, ମୋ ଭାଇକୁ ଆଗରୁ ଦାଦା ବଟି ମାଗିଥିଲେ। ହେଲେ ସେ ନଦେବାରୁ ରାଗ ରଖିଥିଲେ। ଆଜି ମୋ ଭାଇ ଶୋଇଥିବା ବେଳେ ଘର କବାଟ ଭାଙ୍ଗି ତାଙ୍କୁ ଆକ୍ରମଣ କରିଥିଲେ। ଆମକୁ ମା, ଭଉଣୀ କହି ଖରାପ ଭାଷାରେ ଗାଳି ଗୁଲଜ କଲେ। ଆଉ ମୋ ଭାଇକୁ ଖଣ୍ଡା, ଭୁଜାଲି ଓ ତରୱାଲରେ ହାଣିଦେଲେ।

ଏହି ଘଟଣାର ପୁଲିସ ତଦନ୍ତ ଚଲାଇଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।