ପୁରୀ: ଡ୍ରୋନ୍ ଉଡ଼ାଇ ସୁରକ୍ଷା ଯାଞ୍ଚ କରୁଛି ଏନ୍ଏସ୍ଜି
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏନ୍ଏସଜି ପକ୍ଷରୁ ଗତକାଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଆଜି ମଧ୍ୟ ଏଠାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଡ୍ରୋନ୍ ଉଡ଼ାଇ ଫଟୋ ଉତ୍ତୋଳନ କରାଯାଇଛି।
ଆଜି ଭୋର ସମୟରେ ଏନ୍ଏସ୍ଜିର ତିନି ଜଣିଆ ଟିମ୍ ଶ୍ରୀମନ୍ଦିର ଚାରିପାଖର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ଏଥିରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌଶିକ ନାୟକ ସହଯୋଗ କରିଥିଲେ।
ଶ୍ରୀ ନାୟକ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସଂପର୍କରେ ଏନଏସଜି ଟିମ୍କୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି। ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି ଓ ଆଗକୁ ସୁରକ୍ଷା ପ୍ରାଚୀର ନିର୍ମାଣ ହେଲେ ଆହୁରି କ’ଣ ବ୍ୟବସ୍ଥା ରହିବ ତା’ଉପରେ ଆଲୋଚନା କରାଯାଇଛି।
ସିଂହଦ୍ଵାର ସମ୍ମୁଖ ଧାଡ଼ି ଦର୍ଶନ ବ୍ୟବସ୍ଥା, ଭେଟ ମଣ୍ଡପ ସମ୍ମୁଖ, ମେଘନାଦ ପ୍ରାଚୀର ନିକଟ ଅଞ୍ଚଳ ଓ ଦକ୍ଷିଣ ପାର୍ଶ୍ୱ ଅଞ୍ଚଳ ଆଦିକୁ ଅନୁଧ୍ୟାନ କରିଛି ଏନ୍ଏସଜି। ସେହିପରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସାକୁ ତଦାରଖ କରାଯାଇଛି। ଏଥିସହ ନୂତନ ଭାବେ ନିର୍ମିତ ଶ୍ରୀମନ୍ଦିର ବାରିକେଡ୍ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।