ପୁଷ୍ଟିହୀନତା ଦୂର ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ସିଟିଜେନ ଆଲାଏନ୍ସ ଏଗନେଷ୍ଟ ମାଲନ୍ୟୁଟ୍ରିସନ (କାମ୍)ର ଏକ ପ୍ରତିନିଧି ଦଳ ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କୁ ସାକ୍ଷାତ କରି ପୁଷ୍ଟିହୀନତା ଦୂର ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଭିନ୍ନ ଦଳର ଯୁବ ସାଂସଦ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ଗଠିତ କାମ୍ ପୁଷ୍ଠିହୀନତା ଦୂର ପାଇଁ କାର୍ଯ୍ୟ କରୁଛି। ଏହି ପ୍ରତିନିଧି ଦଳ ପୁଷ୍ଟିହୀନତା ଦୂର ପାଇଁ ପାନାଗାରିୟାଙ୍କୁ ଭେଟି ଆଲୋଚନା କରିବା ସହ କିଛି ପ୍ରସ୍ତାବ ସୁପାରିଶ କରିଛନ୍ତି। ନୀତି ଆୟୋଗ ପୁଷ୍ଟିହୀନତା ଦୂରୀକରଣ ଉପରେ ଏକ ଜାତୀୟ ପୃଷ୍ଟିକର ରଣନୀତି ଚିଠା ପ୍ରସ୍ତୁତ କରୁଛି। ଏହି ରଣନୀତି କିପରି ଫଳପ୍ରଦ ହେବ ସେଥିପାଇଁ  ପ୍ରତିନିଧି ଦଳ ଶିକ୍ଷା, ବ୍ୟୟ ବରାଦ, ସମୀକ୍ଷା ଆଦି ଦିଗରେ ଆଲୋଚନା କରିବା ସହ ପାନାଗାରିୟାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ପ୍ରତିନିଧି ଦଳରେ ସାଂସଦ ପଣ୍ଡାଙ୍କ ସମେତ ସାଂସଦ ସୁପ୍ରିୟା ସୁଲେ, ଭରତେନ୍ଦ୍ର ସିଂହ, ନିରଜ ଶେଖର, ସୁସ୍ମିତା ଦେବ, ଡ. ହୀନାଗଭିତ୍, ନିଶିକାନ୍ତ ଦୁବେ ଏବଂ ବରିଷ୍ଠ ସାମ୍ବାଦିକ ନିରଜା ଚୌଧୁରୀ ପ୍ରମୁଖ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ

କୋଭିଡ୍ କଟକଣାରେ ଆଜି ପାଳିତ ହେବ ସ୍ୱାଧୀନତା ଦିବସ

ରାଜଧାନୀରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନରେ ରହିବେ ୨ କ୍ୟାବିନେଟ ମନ୍ତ୍ରୀ

ଆରୋଗ୍ୟ ହେଲେ ୧୩୦୫ କରୋନା ଆକ୍ରାନ୍ତ

‘ଜିଲ୍ଲାପାଳ’ କ୍ଷମତା ଥିବା କହି ଭାଙ୍ଗିଦେଲେ ୬ ଅର୍ଦ୍ଧ ନିର୍ମିତ ଘର

ସମାଲୋଚନା ପରେ ସୁଧୁରିଲେ, ଗୋଟିଏ ହେଲିକପ୍ଟରରେ ଗଲେ ୪ ମନ୍ତ୍ରୀ

ବରିଷ୍ଠ ପୁଲିସ ଅଫିସରସ୍ତରରେ ବଦଳି; କିଏ କେଉଁଠିକି ଗଲେ ପଢ଼ନ୍ତୁ

ଓଡ଼ିଶାରେ ତିଆରି ହେବ ସିଙ୍ଗାପୁର, ହଂକଂ ପରି ଅଟ୍ଟାଳିକା!

କରୋନା ରୋଗୀ ପିଛା ଦୈନିକ ସର୍ବାଧିକ ଖର୍ଚ୍ଚ ହେଉଛି ୧୮ ହଜାର ଟଙ୍କା

ଦେଢ଼ ବର୍ଷର ପୁଅକୁ କଚାଡ଼ି ମାରିଦେଲା ବାପା!

ଭୁବନେଶ୍ୱରରୁ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୯୯ ଲୋକାଲ୍‌ କେସ

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ