ନବୀନଙ୍କୁ ଧନ୍ୟବାଦ ଦେଲେ ପ୍ୟାରୀ

Pyari-Mohanନୂଆଦିଲ୍ଲୀ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର। ତାଙ୍କୁ ଦୁଇ ଥର ରାଜ୍ୟସଭାକୁ ପଠାଇଥିବାରୁ ସେ ନବୀନ ଓ ବିଜୁ ଜନତା ଦଳକୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟସଭା ସଦସ୍ୟ ଭାବେ ଆଜି ବିଦାୟୀ ଅଭିଭାଷଣରେ ଦେବା ବେଳେ ସେ ଏ କଥା କହିଥିଲେ।

ରାଜ୍ୟସଭାର ଚଳିତ ଅଧିବେଶନର ଆଜି ଥିଲା ଶେଷ ଦିନ। ତେଣୁ ଆସନ୍ତା ୨ ମାସ ମଧ୍ୟରେ ଅବସର ନେବାକୁ ଥିବା ୫୩ ଜଣ ସାଂସଦଙ୍କ ଉଦ୍ଦେଶ୍ୟରେ ବିଦାୟୀ ସମ୍ଭାଷଣ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା। ପରେ ବିଦାୟ ନେବାକୁ ଥିବା ସାଂସଦମାନେ ନିଜ ନିଜ ଅଭିଭାଷଣ ରଖିଥିଲେ।

ପ୍ୟାରୀ ମୋହନ ମହାପାତ୍ରଙ୍କ ପରେ ସାଂସଦ ବୈଷ୍ଣବ ପରିଡ଼ା ଓ ଭୂପିନ୍ଦର ସିଂହ ନିଜ ନିଜ ବକ୍ତବ୍ୟ ରଖିଥିଲେ। ବୈଷ୍ଣବ ଓଡ଼ିଆରେ ଅଭିଭାଷଣ ଦେଇଥିଲେ।