ନୟାପଲ୍ଲୀରେ ଧୁମ୍ଧାମ୍ରେ ପାଳିତ ହେଲା ରାବଣ ପୋଡ଼ି
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ବିଜୟ ଦିବସ। ଏହି ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ପତି ରାବଣଙ୍କୁ ନିହତ କରି ତାଙ୍କ ଉପରେ ବିଜୟ ଲାଭ କରିଥିଲେ। ସେଥିପାଇଁ ଆଜିର ଦିନରେ ରାବଣ ପୋଡ଼ି କରାଯାଏ।
ଭୁବନେଶ୍ଵର ନୟାପଲ୍ଲି ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡ଼ି ମହୋତ୍ସବ ପାଳିତ ହୋଇଯାଇଛି। ଏଠାରେ ୬୦ ଫୁଟ୍ ଉଚ୍ଚତାରେ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏଥିରେ ଅଗ୍ନୀ ସଂଯୋଗ କରିଥିଲେ ନୟାପଲ୍ଲୀ ପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା। ରାବଣ ପୋଡି ସମୟରେ କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।
କଟକର ବିଭିନ୍ନ ପୂଜାକମିଟି ପକ୍ଷରୁ ମଧ୍ୟ ରାବଣପୋଡ଼ି ଉତ୍ସବ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ବାଲିଯାତ୍ରା ତଳପଡ଼ଇାରେ ୫୫ ଫୁଟ୍ ଉଚ୍ଚର ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଗତ ୨୬ ବର୍ଷ ଧରି ଏଠାରେ ରାବଣପୋଡ଼ି କାର୍ଯ୍ୟକ୍ରମ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।