ରାବଣ ପୋଡି ସମୟରେ ବାଣୀବିହାର-ରୁପାଲି ରାସ୍ତା ସିଲ୍‌ ହେବ

ଭୁବନେଶ୍ୱର: ଆଜି ହେଉଛି ରାବଣ ପୋଡି। ଏହି ସମୟରେ ବାଣୀବିହାର-ରୁପାଲି ରାସ୍ତା ସିଲ୍‌ କରାଯିବ। ସନ୍ଧ୍ୟା ୭ଟା ସୁଦ୍ଧା ରାବଣ ପୋଡି ସାରିବାକୁ ନୟାପଲ୍ଲୀ ଓ ସହିଦ୍‌ନଗର ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଏନ୍‌ଏଚ୍‌ରେ କଟକରୁ ଖୋର୍ଦ୍ଧା ଯାଉଥିବା ଗାଡ଼ି ଗୁଡ଼ିକ ଜୟଦେବ ବିହାରରୁ ପାୱାର ହାଉସ୍‌ ଦେଇ ସିଆରପି ଯିବେ।

କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।