ରଙ୍ଗବତୀ ଗୀତରେ ନାଚିଲେ ଦର୍ଶକ, ନଚାଇଲେ ଶଙ୍କର ମହାଦେବନ୍‌

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ଶୁଣିବାକୁ ମିଳିଥିଲା ରଙ୍ଗବତୀର ସ୍ୱର। ମଞ୍ଚରେ ‘ରଙ୍ଗବତୀ’ ଗୀତ ଗାଇଥିଲେ ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶଙ୍କର ମହାଦେବନ। ତାଙ୍କ ଗାୟନ ଷ୍ଟାଇଲକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଶଙ୍କର ମହାଦେବନ ମଞ୍ଚକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କରତାଳି ଦେଇ ଓ କୋଳାହଳ କରି ତାଙ୍କୁ ସ୍ୱାଗତ କରିଥିଲେ ଦର୍ଶକ।

ଶଙ୍କର ମହାଦେବନ ମଞ୍ଚକୁ ଆସିବା ପରେ ‘ରଙ୍ଗବତୀ’ର ପ୍ରକୃତ ଗାୟକ ଜିତେନ୍ଦ୍ରୀୟ ହରିପାଲ, କ୍ରିଷ୍ଣା ପଟେଲ ଓ ସଂଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କୁ ଡାକିଥିଲେ। ସେମାନେ ପ୍ରଥମେ ‘ରଙ୍ଗବତୀ’ର ଗୋଟିଏ ପଦ ଗାଇଥିଲେ। ତା’ପରେ ଶଙ୍କର ମହାଦେବନ ଆରମ୍ଭ କରିଥିଲେ ‘ରଙ୍ଗବତୀ’।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।