ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓଡ଼ିଶା ଲଲିତକଳା ଏକାଡେମୀର ନୂଆ ସଭାପତି

ଭୁବନେଶ୍ୱର: ଓଡ଼ିଶା ଲଳିତକଳା ଏକାଡେମୀର  ନୂଆ ସଭାପତି ହେଲେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ରାଜ୍ୟ ସରକାର ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ନୂଆ ସଭାପତି ଭାବେ ଦାୟିତ୍ୱ ମିଳିବା ପାରେ ରଘୁନାଥ ମହାପାତ୍ରଙ୍କ ପ୍ରତିକ୍ରୟା ଦେଇ କହିଛନ୍ତି ଯେ ଏକାଡେମୀର ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ। ଏହି ପଦ ପାଇଁ ସରକାର ତାଙ୍କୁ ଯୋଗ୍ୟ ବିବେଚିତ କରିଥିବାରୁ ସେ କୃତଜ୍ଞ।