ସଭାସ୍ଥଳରେ ଆଦିବାସୀଙ୍କ ସହିତ ନାଚିଲେ ରାହୁଲ ଗାନ୍ଧି

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ମାଦଳର ତାଳେ ତାଳେ ନାଚୁଥିଲେ ଆଦିବାସୀ ପୁରୁଷ ଓ ମହିଳା। ଠିକ୍&zwnj; ସେତିକି ବେଳେ ସଭା ସ୍ଥଳକୁ ଏଣ୍ଟ୍ରି ମାରିଲେ କଂଗ୍ରେସ ଅଧ୍ୟକ୍ଷ ତଥା ଯୁବରାଜ ରାହୁଲ ଗାନ୍ଧି। ସଭା ସ୍ଥଳରେ ପହଞ୍ଚି କର୍ମୀ ଓ ନେତାଙ୍କଠାରୁ ସେ ଅଭିବାଦନ ଗ୍ରହଣ କଲେ। ପରେ ସେ ମଞ୍ଚ ସମ୍ମୁଖରେ ଆଦିବାସୀ ନୃତ୍ୟ ପରିବେଷଣ କରୁଥିବା ଆସିବାସୀ ଯୁବକ ଓ ଯୁବତୀଙ୍କ ପାଖକୁ ଯାଇଥିଲେ। ମାଦଳର ତାଳେ ତାଳେ ସେ ସେମାନଙ୍କ ସହିତ ନାଚିଥିଲେ।</p> <p>ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ରାହୁଲଙ୍କ ସହିତ ହାତକୁ ହାତ ଧରି ନାଚିଥିବା ଦେଖିବାକୁ ମିଳିଥିଲା। ଓଡ଼ିଶାରେ ଆୟୋଜିତ &lsquo;ପରିବର୍ତ୍ତନ ସଂକଳ୍ପ ସମାବେଶ&rsquo;ରେ ଯୋଗଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ପ୍ରଥମେ ଭବାନୀପାଟଣାରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ।</p>

Ordigital Desk
  • Published: Wednesday, 06 February 2019
  • Updated: 06 February 2019, 05:06 PM IST
<p>ରାଉରକେଲା(ଓଡ଼ିଶା ରିପୋର୍ଟର): ମାଦଳର ତାଳେ ତାଳେ ନାଚୁଥିଲେ ଆଦିବାସୀ ପୁରୁଷ ଓ ମହିଳା। ଠିକ୍&zwnj; ସେତିକି ବେଳେ ସଭା ସ୍ଥଳକୁ ଏଣ୍ଟ୍ରି ମାରିଲେ କଂଗ୍ରେସ ଅଧ୍ୟକ୍ଷ ତଥା ଯୁବରାଜ ରାହୁଲ ଗାନ୍ଧି। ସଭା ସ୍ଥଳରେ ପହଞ୍ଚି କର୍ମୀ ଓ ନେତାଙ୍କଠାରୁ ସେ ଅଭିବାଦନ ଗ୍ରହଣ କଲେ। ପରେ ସେ ମଞ୍ଚ ସମ୍ମୁଖରେ ଆଦିବାସୀ ନୃତ୍ୟ ପରିବେଷଣ କରୁଥିବା ଆସିବାସୀ ଯୁବକ ଓ ଯୁବତୀଙ୍କ ପାଖକୁ ଯାଇଥିଲେ। ମାଦଳର ତାଳେ ତାଳେ ସେ ସେମାନଙ୍କ ସହିତ ନାଚିଥିଲେ।</p><p>ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ରାହୁଲଙ୍କ ସହିତ ହାତକୁ ହାତ ଧରି ନାଚିଥିବା ଦେଖିବାକୁ ମିଳିଥିଲା। ଓଡ଼ିଶାରେ ଆୟୋଜିତ &lsquo;ପରିବର୍ତ୍ତନ ସଂକଳ୍ପ ସମାବେଶ&rsquo;ରେ ଯୋଗଦେବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ପ୍ରଥମେ ଭବାନୀପାଟଣାରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos