ସେପ୍ଟେମ୍ବରରେ ଓଡ଼ିଶାରେ ରାହୁଲଙ୍କ ଜଙ୍ଗଲ ଅଧିକାର ଆଇନ ଅଧିବେଶନ

ଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀତା ପ୍ରସଙ୍ଗରେ ଆସନ୍ତା ଅଗଷ୍ଟ ମାସରୁ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀ ସାରାଦେଶରେ ଏକ ଅଭିଯାନ ଆରମ୍ଭ କରିବେ ବୋଲି ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି। ଏଠାରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ,“ଏହି ଅଭିଯାନର ପ୍ରଥମ ଅଧିବେଶନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶାରେ ଏହି ଅଭିଯାନର ଦ୍ୱିତୀୟ ଅଧିବେଶନ […]

jayaram ramesh

jayaram ramesh

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 05:46 PM IST

Sports

Latest News

jayaram rameshଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀତା ପ୍ରସଙ୍ଗରେ ଆସନ୍ତା ଅଗଷ୍ଟ ମାସରୁ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀ ସାରାଦେଶରେ ଏକ ଅଭିଯାନ ଆରମ୍ଭ କରିବେ ବୋଲି ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି।

ଏଠାରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ,“ଏହି ଅଭିଯାନର ପ୍ରଥମ ଅଧିବେଶନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶାରେ ଏହି ଅଭିଯାନର ଦ୍ୱିତୀୟ ଅଧିବେଶନ ହେବ। ମୁଁ ଓଡ଼ିଶାରେ ଏହି ଅଧିବେଶନ ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବ। ତା’ପରେ ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼ ଓ ଗୁଜରାଟରେ ଏହି ଅଭିଯାନର ଅନ୍ୟ ଅଧିବେଶନଗୁଡ଼ିକ ଅନୁଷ୍ଠିତ ହେବ। ଜଙ୍ଗଲ ଅଧିକାର ଆଇନ ଅଧିବେଶନ କଂଗ୍ରେସର ଏକ ବଡ଼ କାର୍ଯ୍ୟକ୍ରମ ହେବ।”

ରମେଶ କହିଥିଲେ,“ଜଙ୍ଗଲ ଅଧିକାର ଆଇନରେ ଥିବା ବ୍ୟକ୍ତିଗତ ଅଧିକାରୀ ଓ ଗୋଷ୍ଠୀ ଅଧିକାର ଉପରେ ରାହୁଲ ଆଲୋଚନା କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଆଦିବାସୀମାନଙ୍କୁ କେବଳ ବ୍ୟକ୍ତିଗତ ଅଧିକାର ଦିଆଯାଇଆସୁଛି। କିନ୍ତୁ ସେମାନଙ୍କୁ ଗୋଷ୍ଠୀ ଅଧିକାର  ଦିଆଯାଉନାହିଁ।”

ଅନ୍ୟପକ୍ଷରେ ବିଜେଡି କହିଛି ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେବଳ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି। ଦଳୀୟ ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି,“ ପୂର୍ବତନ କେନ୍ଦ୍ର ମନ୍ତ୍ରୀ (ଜୟରାମ ରମେଶ) ଜଣେ ପର୍ଯ୍ୟଟକ ଭାବେ ଓଡ଼ିଶା ଆସିଛନ୍ତି, କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି ତାଙ୍କ ଦଳକୁ ସୁହାଇବା ଭଳି ପ୍ରସଙ୍ଗଗୁଡ଼ିକୁ ଦୃଷ୍ଟିଗୋଚରକୁ ଆଣିବା। ରାଜ୍ୟ ସରକାର ସବୁବେଳେ ଆଦିବାସୀଙ୍କ ସାମାଜିକ-ଅର୍ଥନୈତିକ ବିକାଶକୁ ଗୁରୁତ୍ୱ ଦେଇଆସିଛନ୍ତି। କଂଗ୍ରେସକୁ ବାସ୍ତବ କଥା ଜଣାନାହିଁ। ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀତାରେ ଓଡ଼ିଶା ଦେଶର ରୋଲ୍ ମଡେଲ୍।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story