ସବୁ ଭୁଲ ଭାଲ୍‌ ହିସାବ, ଫସିଲେ ୫ ମିଲ ମାଲିକ!

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ମଣ୍ଡି ନ ଖୋଲୁଣୁ ମିଲ୍‌ରେ ଧାନ ଭର୍ତ୍ତି। ଏଭଳି ଅଭିଯୋଗ ଆସିବା ପରେ ଆଜି ସମ୍ବଲପୁର ଜିଲ୍ଲାର ୫ଟି ଧାନ ମିଲ୍ ଉପରେ ମିଳିତ ଚଢ଼ଉ କରିଛି ଜିଲ୍ଲା ଯୋଗାଣ ଓ  ରାଜସ୍ୱ ବିଭାଗ। ସମ୍ବଲପୁର ସହର ଓ ଆଖପାଖ ଅଞ୍ଚଳରେ ଥିବା ୫ଟି ପ୍ରମୁଖ ରାଇସ ମିଲ୍ ଯଥାକ୍ରମେ ମାଆ ସମଲେଶ୍ୱରୀ, ଅମ୍ବିକା, ବୈଷ୍ଣୋଦେବୀ, ବାଲାଜୀ ଓ ସମଲେଶ୍ୱରୀ ମିଲ୍ ଉପରେ ଚଢ଼ଉ କରି ହଜାର ହଜାର ବସ୍ତା ଧାନ ଜବତ କରିଛି। […]

raid-in-rice-mill

raid-in-rice-mill

Rakesh Mallick
  • Published: Monday, 13 November 2017
  • Updated: 13 November 2017, 10:18 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ମଣ୍ଡି ନ ଖୋଲୁଣୁ ମିଲ୍‌ରେ ଧାନ ଭର୍ତ୍ତି। ଏଭଳି ଅଭିଯୋଗ ଆସିବା ପରେ ଆଜି ସମ୍ବଲପୁର ଜିଲ୍ଲାର ୫ଟି ଧାନ ମିଲ୍ ଉପରେ ମିଳିତ ଚଢ଼ଉ କରିଛି ଜିଲ୍ଲା ଯୋଗାଣ ଓ  ରାଜସ୍ୱ ବିଭାଗ। ସମ୍ବଲପୁର ସହର ଓ ଆଖପାଖ ଅଞ୍ଚଳରେ ଥିବା ୫ଟି ପ୍ରମୁଖ ରାଇସ ମିଲ୍ ଯଥାକ୍ରମେ ମାଆ ସମଲେଶ୍ୱରୀ, ଅମ୍ବିକା, ବୈଷ୍ଣୋଦେବୀ, ବାଲାଜୀ ଓ ସମଲେଶ୍ୱରୀ ମିଲ୍ ଉପରେ ଚଢ଼ଉ କରି ହଜାର ହଜାର ବସ୍ତା ଧାନ ଜବତ କରିଛି। ଆସନ୍ତା ୧୫ ତାରିଖରେ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବାକୁ ଥିବାବେଳେ ତା’ ପୂର୍ବରୁ ଚାଷୀଙ୍କଠାରୁ କମ୍ ରେଟ୍‌ରେ ଧାନ କିଣାଯାଇଥିବା ସନ୍ଦେହ କରି ଏଭଳି ଚଢ଼ଉ କରାଯାଇଛି।

ତହସିଲଦାର ଦେବେନ୍ଦ୍ର କୁମାର ନନ୍ଦ କହିଛନ୍ତି-“ଆସନ୍ତା ୧୫ ତାରିଖରୁ ଧାନ କ୍ରୟ ଆରମ୍ଭ ହେଉଛି। ଏହା ପୂର୍ବରୁ ମିଲରମାନେ ଧାନ ଗଚ୍ଛିତ କରି ରଖିଥିବା ଜାଣିପାରି ଚଢ଼ାଉ କରାଯାଇଛି। ଆଜି ମୋଟ୍‌ ୧୦ଟି ମିଲ୍‌ରେ ଚଢ଼ାଉ କରାଯାଇଥିଲା। ସେଥିରୁ ୫ଟି ମିଲ୍‌ରେ ବହୁ ଧାନ ଷ୍ଟକ୍‌ ଥିଲା। ମାତ୍ର ସେହି ଧାନର ହିସାବ ଦେଇପାରିଲେ ନାହିଁ ମିଲର। ସେନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଆସନ୍ତାକାଲି ପୁନର୍ବାର ଯାଞ୍ଚ କରାଯିବ। ଯେଉଁ ମିଲରମାନେ ହିସାବ ଦେଇପାରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos