ଦେଶୀ ମଦ କାରଖାନା ଉପରେ ଚଢ଼ଉ

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିର ପୁନ୍ଦାଳ ଗାଁରେ ଥିବା ଦେଶୀ ମଦ କାରଖାନା ଉପରେ ଆଜି ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ, ପୁନ୍ଦାଳ ଗାଁରେ ଦେଶୀ ମଦ କାରଖାନା ଚାଲିଥିବା ପୁଲିସ୍ କୌଣସି ସୁତ୍ରରୁ ଖବର ପାଇଥିଲା। ଆଜି ସକାଳେ ଅବକାରୀ ବିଭାଗ ଓ ପୁଲିସ୍ ମିଳିତ ଭାବେ ଚଢ଼ଉ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।