ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ତୁରୁଡିହି ଗାଁରେ ଗତକାଲି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଆଜି ଗାଁ ଲୋକେ ରାଇଘର ମେଡିକାଲ୍ ଛକ ନିକଟରେ ରାସ୍ତାରୋକ କରିଥିଲେ।
ଗତକାଲି କାଳବୈଶାଖୀ ଯୋଗୁଁ ଏକ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା। ତୁରୁଡିହି ଗାଁର ତପନ ସରକାର ଓ କୁଲଦୀପ ହଲଦାର ବାଇକ୍ ଯୋଗେ ଆସୁଥିବା ବେଳେ ଏହି ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ବାଇକ୍ଟି ମଧ୍ୟ ସଂପୂର୍ଣ୍ଣ ପୋଡ଼ି ଯାଇଛି।
ସେମାନେ ନିଜ ଚାଷ ଜମିରୁ ଫେରିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।