ପୂରଣ ହେବ ସ୍ୱପ୍ନ: ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ଆରମ୍ଭ

ଜୟପୁର(ଓଡ଼ିଶା ରିପୋର୍ଟର): ଜୟପୁରରୁ ନବରଙ୍ଗପୁରକୁ ରେଳ ଚଳାଚଳ କରିବ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଅନ୍ଧକାରକୁ ଠେଲି ହୋଇଯାଇଛି। ରେଳ ବିଭାଗ ସହ ଏମ୍ଓୟୁ ଓ ଏକାଧିକ ପତ୍ରାଳାପ ପରେ ମଧ୍ୟ ଅନିଶ୍ଚିତତା ଘେରରେ ଏହି ପ୍ରକଳ୍ପ। ଜୟପୁର-ନବରଙ୍ଗପୁର ରେଳପଥରେ ଜମି ଅଧିଗ୍ରହଣ ପାଇଁ ଜୟପୁରରେ କାର୍ଯ୍ୟଳୟ ଖୋଲିଲା। ନିଯୁକ୍ତ ହେଲେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ। ମନ୍ଥର ଗତିରେ ହେଉ ପଛେ ପ୍ରକଳ୍ପ କାମ ପାଇଁ ପ୍ରକ୍ରିୟା ଆରମ୍ଭ […]

dream-will-be-fulfil

dream-will-be-fulfil

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 09:36 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର): ଜୟପୁରରୁ ନବରଙ୍ଗପୁରକୁ ରେଳ ଚଳାଚଳ କରିବ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଅନ୍ଧକାରକୁ ଠେଲି ହୋଇଯାଇଛି। ରେଳ ବିଭାଗ ସହ ଏମ୍ଓୟୁ ଓ ଏକାଧିକ ପତ୍ରାଳାପ ପରେ ମଧ୍ୟ ଅନିଶ୍ଚିତତା ଘେରରେ ଏହି ପ୍ରକଳ୍ପ।

ଜୟପୁର-ନବରଙ୍ଗପୁର ରେଳପଥରେ ଜମି ଅଧିଗ୍ରହଣ ପାଇଁ ଜୟପୁରରେ କାର୍ଯ୍ୟଳୟ ଖୋଲିଲା। ନିଯୁକ୍ତ ହେଲେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ। ମନ୍ଥର ଗତିରେ ହେଉ ପଛେ ପ୍ରକଳ୍ପ କାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୟପୁରରୁ ନବରଙ୍ଗପୁର ୩୮ କିଲୋମିଟର ମଧ୍ୟରୁ ୩୦ କିଲୋମିଟର ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ୍‌ଶୀଘ୍ର କରାଯିବ ବୋଲି ଭୂ-ଅର୍ଜନ ଅଧିକାରୀ କହିଛନ୍ତି। ପ୍ରକଳ୍ପ ପାଇଁ ୨୯ଟି ଗାଁରେ ଜମି ଅଧିଗ୍ରହଣ ପାଇଁ ଯୋଜନା ରହିଥିବା ବେଳେ ବର୍ତ୍ତମାନ ସିନ୍ଧିଗୁଡ଼ା, କେନ୍ଦୁଗୁଡ଼ା ଭଳି ୪ଟି ଗାଁରେ ଜମି ଅଧିଗ୍ରହଣ କାମ ଆରମ୍ଭ ହେବ।

ରାଜେନ୍ଦ୍ର ଗୌଡ଼ କହିଛନ୍ତି-“ନବରଙ୍ଗପୁର ପରି ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗ ପ୍ରତି ବିଶେଷ ଧ୍ୟାନ ଦିଆଯାଉ। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ରାଜ୍ୟ ସରକାର ମାଗଣାରେ ଯୋଗାଇ ଦିଅନ୍ତୁ।”

ଜୟପୁର-ମାଲକାନଗିରି ରେଳପଥ ଏବେ ନୀତି ଆୟୋଗଙ୍କ କୋର୍ଟରେ ରହିଛି। ୨୦୧୬ ଅଗଷ୍ଟ ୧୦ ତାରିଖରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ଏମ୍ଓୟୁ ହୋଇଥିଲା। ଏମ୍ଓୟୁ ଅନୁଯାୟୀ ଜମି ଓ ପ୍ରକଳ୍ପ ଖର୍ଚ୍ଚର ୨୫ ପ୍ରତିଶତ ରାଜ୍ୟ ଓ ୭୫ ପ୍ରତିଶତ କେନ୍ଦ୍ର ବହନ କରିବ। ମାତ୍ର ପ୍ରକଳ୍ପ ଖର୍ଚ୍ଚ ବଢ଼ିଥିବାରୁ ଏହାକୁ ପରିବର୍ତ୍ତନ କରି ରାଜ୍ୟ ଅଧିକ ଖର୍ଚ୍ଚ ବହନ କରିବାକୁ ରେଳ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଥିଲା। ଏନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ପୁଣି ଚଳିତବର୍ଷ ଅଗଷ୍ଟ ମାସରେ ରାଜ୍ୟ ସରକାର ଓ ରେଳବାଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ରେଳବାଇ କର୍ତ୍ତୃପକ୍ଷ ପୁରୁଣା ଏମ୍ଓୟୁ ଅନୁଯାୟୀ କାର୍ଯ୍ୟ କରିବାକୁ ରାଜି ହୋଇଥିଲା। ଏଭଳି ପରିସ୍ଥିତିରେ ନୀତି ଆୟୋଗ ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ ପାଇଁ ରେଲୱେ ବୋର୍ଡକୁ ପତ୍ର ଲେଖିଥିଲେ। ଥରେ ସରକାରୀ ସ୍ତରରେ ପ୍ରସ୍ତାବ ଗୃହୀତ ହୋଇ ଏମ୍ଓୟୁ ହେବା ପରେ ପୁଣି ଏହାକୁ ତର୍ଜମା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ରେଲୱେ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story