କାମ ହେଉନି, ଖାଲି ଦୋଷ ଲଦାଲଦି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମି ଅଧିଗ୍ରହଣ ସମସ୍ୟା ଲାଗି ରହିଥିବାରୁ ଓଡିଶାରେ ବହୁ ପ୍ରକଳ୍ପ ବିଳମ୍ବ ହେଉଛି। ରାଜ୍ୟ ସରକାର ଜମି ଯୋଗାଇ ଦେଉନଥିବାରୁ କାମ ଆଗେଇ ପାରୁନାହିଁ। ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେଇ ଯଥା ଶୀଘ୍ର ଜମି ଯୋଗାଇ ଦେଲେ ରେଳ ପ୍ରକଳ୍ପ କାମ ଆଗେଇ ପାରିବ। ଆଜି ଏପରି ଢ଼ଙ୍ଗରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

rail-minister-criticized-odisha-govt

rail-minister-criticized-odisha-govt

Rakesh Mallick
  • Published: Saturday, 30 December 2017
  • Updated: 30 December 2017, 04:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମି ଅଧିଗ୍ରହଣ ସମସ୍ୟା ଲାଗି ରହିଥିବାରୁ ଓଡିଶାରେ ବହୁ ପ୍ରକଳ୍ପ ବିଳମ୍ବ ହେଉଛି। ରାଜ୍ୟ ସରକାର ଜମି ଯୋଗାଇ ଦେଉନଥିବାରୁ କାମ ଆଗେଇ ପାରୁନାହିଁ। ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେଇ ଯଥା ଶୀଘ୍ର ଜମି ଯୋଗାଇ ଦେଲେ ରେଳ ପ୍ରକଳ୍ପ କାମ ଆଗେଇ ପାରିବ। ଆଜି ଏପରି ଢ଼ଙ୍ଗରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି-“ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା କରୁଛନ୍ତି। ସେଥିପାଇଁ ଓଡ଼ିଶା ସମେତ ସମସ୍ତ ପୂର୍ବ ଭାରତର ରାଜ୍ୟ ଗୁଡ଼ିକାର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯାଉଛି। ଏପରିକି ବହୁ ଉନ୍ନୟନ କାମ ହାତକୁ ନିଆଯାଉଛି। ୨୦୧୭-୧୮ ଆର୍ଥିକ ବର୍ଷରେ ରେଳ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫୧୦୦ କୋଟି ଟଙ୍କା ଦେଇଛନ୍ତି। ମାତ୍ର ଜମି ଅଧିଗ୍ରହଣରେ ଅସୁବିଧା ହେଉଥିବାରୁ କେତେକ କ୍ଷେତ୍ରର କାମ ହୋଇପାରୁନି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏପରି ସମସ୍ୟା ଦେଖାଦେଉଛି। ତେଣୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି, ଆବଶ୍ୟକ ଜମି ଶୀଘ୍ର ଅଧିଗ୍ରହଣ କରି ରେଳ ବିଭାଗକୁ ଦିଅନ୍ତୁ। ଜମି ମିଳିବା ପରେ ବକେୟା ପ୍ରକଳ୍ପ କାମକୁ ଆଗକୁ ନିଆଯିବ। ଏଥିପାଇଁ ପର୍ଯ୍ୟନ୍ତ ଅର୍ଥ ମହଜୁଦ ରହିଛି।”

ସେ ଆହୁରି କହିଛନ୍ତି-“ଓଡ଼ିଶା ପାଇଁ ବହୁ ପ୍ରକଳ୍ପ ଚିନ୍ତା କରାଯାଇଛି। ବକେୟା କାମ ସରୁନଥିବାରୁ ନୂଆ ପ୍ରକଳ୍ପ ଘୋଷଣା କରାଯାଇପାରୁ ନାହିଁ।”

କେନ୍ଦ୍ରମନ୍ତ୍ରୀ ଆରୋପର ଜବାବ ରଖିଛନ୍ତି ଓଡ଼ିଶା ପରିବହନମନ୍ତ୍ରୀ ନୃସିଂହ ସାହୁ। ସେ କହିଛନ୍ତି-“ରେଳ ବିଭାଗର ଆବଶ୍ୟକ ଅନୁଯାୟୀ ଜମି ଯୋଗାଇ ଦିଆଯାଉଛି। ଆଉ କେତେକ ସ୍ଥାନରେ ଜମି ଅଧିଗ୍ରହଣ କରାଯାଉଛି। ଯେଉଁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇଛି, ସେଠି ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ।”

ସେ କହିଛନ୍ତି-“ଆଗରୁ ରେଲୱେ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଆଇନ୍‌ ଥିଲା। ମାତ୍ର ୨୦୧୫ ମସିହାରେ କେନ୍ଦ୍ର ସରକାର ଏହି ଆଇନ୍‌କୁ ପରିବର୍ତ୍ତନ କରିଦେଲେ। ଯାହାଦ୍ୱାରା ଜମି ଅଧିଗ୍ରରଣରେ କିଛି ମାତ୍ରାରେ ସମସ୍ୟା ଦେଖାଦେଉଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ରେଲୱେକୁ ଦେଉଛନ୍ତି। ମାତ୍ର ରେଲୱେର ଆନ୍ତରିକତା ଅଭାବରୁ କାମ ଆଗେଇ ପାରୁନାହିଁ। ନିଜ ଦୋଷକୁ ଅନ୍ୟ ଉପରେ ଲଦି ଖସି ଯିବାକୁ ଚେଷ୍ଟା କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos