ବିଜେଡି ସାଂସଦଙ୍କ ଦାବି ଶୁଣିଲେନି ରେଳମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ବିକାଶକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା। ଓଡିଶାରେ ୩ଟି ଡିଭିଜନ୍ ଖୋଲିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ। ଓଡିଶାର ସମଗ୍ର ରେଳପଥକୁ ପୂର୍ବତଟ ରେଳପଥର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛି। ସେପଟେ ବିଜେଡିର ଏହି ଦାବିକୁ କେନ୍ଦ୍ର ମନ୍ତ୍ରୀ ଅଗ୍ରାହ୍ୟ କରିଥିବା ଜଣାପଡିଛି। ପୁଣି ଫୋକସରେ ରେଳ ପ୍ରକଳ୍ପ। ଦାବି ହାସଲ ପାଇଁ କେନ୍ଦ୍ର ବିରୋଧରେ ଲଢେଇ କରିବାକୁ ବିଜେଡିର ସଜବାଜ। ଖାସ୍ […]

rail project in odisha

rail project in odisha

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ବିକାଶକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା। ଓଡିଶାରେ ୩ଟି ଡିଭିଜନ୍ ଖୋଲିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ। ଓଡିଶାର ସମଗ୍ର ରେଳପଥକୁ ପୂର୍ବତଟ ରେଳପଥର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛି। ସେପଟେ ବିଜେଡିର ଏହି ଦାବିକୁ କେନ୍ଦ୍ର ମନ୍ତ୍ରୀ ଅଗ୍ରାହ୍ୟ କରିଥିବା ଜଣାପଡିଛି।

ପୁଣି ଫୋକସରେ ରେଳ ପ୍ରକଳ୍ପ। ଦାବି ହାସଲ ପାଇଁ କେନ୍ଦ୍ର ବିରୋଧରେ ଲଢେଇ କରିବାକୁ ବିଜେଡିର ସଜବାଜ। ଖାସ୍ ସେଥିପାଇଁ ବିଜେଡି ସାଂସାଦମାନେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଆଲୋନା କରିଛନ୍ତି। ଓଡ଼ିଶାରେ ୩ଟି ନୂଆ ରେଲୱେ  ଡିଭିଜନ୍ ପାଇଁ ବିଜେଡି ଦାବି କରିଛି। ରାଉରକେଲା ଡିଭିଜନ୍, ଯାଜପୁର-କେଉଁଝର ରୋଡ୍ ଡିଭିଜନ୍ ଓ ରାୟଗଡା ଡିଭିଜନ୍ ପାଇଁ କେନ୍ଦ୍ର ଉପରେ ଚାପ ପକାଇଛି ବିଜେଡି। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ପରେ ଏବେ ସାଂସଦମାନେ ରେଳ ମନ୍ତ୍ରୀଙ୍କୁ ଭେଟି ଏହି ଦାବିକୁ ଦୋହରାଇଛନ୍ତି। ତାହା ସହ ଓଡିଶାର ସମଗ୍ର ରେଳପଥକୁ ପୂର୍ବତଟ ରେଳପଥର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛି ବିଜେଡି। କିନ୍ତୁ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏ ଦାବିକୁ ଅଗ୍ରାହ୍ୟ କରିଥିବା ଜଣାପଡିଛି।

ସେପଟେ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ଓ ରେଲୱେ ବୋର୍ଡ ଜମି ଅଧିଗ୍ରହଣରେ ବିଳମ୍ବ ପାଇଁ ଓଡିଶାରେ ଚାଲିଥିବା ପ୍ରକଳ୍ପ ବିଳମ୍ବ ହେଉଛି ବୋଲି ଗତ ଡିସେମ୍ବରରେ ରେଲୱେ ବୋର୍ଡ ରାଜ୍ୟ ସରକାରଙ୍କୁ ଦୁଇଟି ଚିଠି ଲେଖିଥିଲା। ଆଉ ଏହାର କଡା ଜବାବ୍ ରଖିଛନ୍ତି ରାଜ୍ୟ ସରକାର।

ରେଳ ପ୍ରକଳ୍ପକୁ ବିଜେଡି ରାଜନୈତିକ ମୁଦ୍ଦା କରି କେନ୍ଦ୍ରକୁ ଟାର୍ଗେଟ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ତେବେ କନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଭିତରେ ଓଡ଼ିଶାରେ ରେଳ ବିକାଶର ଗତି କେତେ ବଢୁଛି, ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos