ଆଠ ତାରିଖ ଯାଏ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ପାଗ ଶୁଖିଲା ରହିବା ପରେ ପୁଣି ବର୍ଷା ହେବ। ଆଠ ତାରିଖ ଯାଏ ଏହି ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି, “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର,କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ,ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହାସହ ଘଡ଼ଘଡ଼ି […]

rain-1

rain-1

Tapaswini Nayak
  • Published: Monday, 02 March 2020
  • Updated: 02 March 2020, 10:46 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ପାଗ ଶୁଖିଲା ରହିବା ପରେ ପୁଣି ବର୍ଷା ହେବ। ଆଠ ତାରିଖ ଯାଏ ଏହି ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି, “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର,କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ,ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ।”

ସେ ଆହୁରି କହିଛନ୍ତି, “୪ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ୪ ଓ ୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବର୍ଷା ହେବ। ଏହା ସହ କିଛି ଜିଲ୍ଲାରେ ଘୂର୍ଣ୍ଣିବାତ୍ୟା ସହ ବଜ୍ରପାତ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି , କନ୍ଧମାଳ ଓ ଯାଜପୁର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos