ଆଜି ବର୍ଷିବ, ଘଡଘଡ଼ି ବି ମାରିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରବଳ ବର୍ଷା ହେବ। ପବନ ବୋହିବ। ଘଡଘଡ଼ି ବି ମାରିବ। ସେଥିପାଇଁ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ଭିତରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି ସନ୍ଧ୍ୟାବେଳେ କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଜଗତସିଂହପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ସହ ପବନ ମଧ୍ୟ ବୋହିବ। ଏହି ସମୟରେ ପବନର ବେଗ କିମି ପ୍ରତି ୫୦ରୁ ୬୦ ରହିବ। ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଘରଠାରୁ ଦୂରରେ ଥିଲେ ସନ୍ଧ୍ୟା ପୂର୍ବରୁ ଘରେ ପହଞ୍ଚି ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାର ଖବର ଶୁଣି ଆଶ୍ୱସ୍ତ ଅନୁଭବ କରିଥିଲେ ଲୋକେ। ଶେଷରେ ମୌସୁମୀ ଆସିଲା। ହେଲେ ବର୍ଷାର କିନ୍ତୁ ଦେଖା ଦର୍ଶନ ମିଳିଲା ନାହିଁ। ପରିଣାମ ସ୍ୱରୂପ ରଜରେ ଗରମ ଆଉ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକ। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି।