ଜେଲ୍‌ରୁ ଜାମିନ୍‌ରେ ମୁକୁଳିଲେ ରାଜା

ଭୁବନେଶ୍ୱର:ବିରଞ୍ଚି ଦାସ ହତ୍ୟା ମାମଲାରେ ସୁପ୍ରିମ୍‌କୋର୍ଟରୁ ଜାମିନ୍‌ ପରେ ସେସନ୍ସ୍‌ କୋର୍ଟରୁ ରାଜା ଆଚାର୍ଯ୍ୟଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌। ୧ଲକ୍ଷ ଟଙ୍କା ଓ ଜଣେ ଜାମିନ୍‌ଦାରଙ୍କ ବଦଳରେ ତାଙ୍କୁ ଜାମିନ୍‌ ମିଳିଛି।

ରାଜାଙ୍କୁ ଜାମିନ୍‌ ଦେବାକୁ କୋର୍ଟ ୬ଟି ସର୍ତ୍ତ ରଖିଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ସେ ରାଜ୍ୟର ଯେଉଁଠି ବି ରହିବେ ସ୍ଥାନୀୟ ଥାନାକୁ ଜଣାଇବା ଭଳି କଠୋର ସର୍ତ୍ତ ରଖାଯାଇଛି। ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ଧମକଚମକ ଓ ପ୍ରଭାବିତ ନ କରିବା ପାଇଁ ମଧ୍ୟ ସର୍ତ୍ତ ରହିଛି।

ରାଜାଙ୍କୁ ଜାମିନ୍‌ରେ ଛାଡିବା ପୂର୍ବରୁ କଡା ସର୍ତ୍ତ ରଖିବା ପାଇଁ ସେସନ୍ସ କୋର୍ଟଙ୍କୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେପଟେ ବିରଞ୍ଚିଙ୍କ ପ୍ରତ୍ନୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କମିଶନରେଟ୍‌ ପୋଲିସ ନିଷ୍ପତ୍ତି ନେଇଛି।