ଆଜି ଉଦଯାପିତ ହେବ ରାଜାରାଣୀ ସଙ୍ଗୀତ ମହୋତ୍ସବ

ଭୁବନେଶ୍ୱର: ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜି ଉଦଯାପିତ ହେବ। ଶେଷ ସନ୍ଧ୍ୟାରେ ଅଶ୍ୱିନୀ ଭିଦେ ଦେଶପାଣ୍ଡେ ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣ କରିବା ସହିତ ସରୋଦ ବାଦନ କରିବେ ଅମନ ଓ ଆୟାନ ଅଲ୍ଲି ଖାଁ।

ଗତକାଲି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସଂତୁର ବାଦନ କରିଥିଲେ ବିଶିଷ୍ଠ ସଂତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମା। ଏଥିରେ ସେ ରାଗ ୟେମନରେ ରୂପକ ଓ ତିନ ତାଳ ପରିବେଷଣ କରିଥିଲେ। ତେବେ ରାଜାରାଣୀ ମନ୍ଦିର ଭଳି ଏକ ଐତିହ୍ୟ ସମ୍ପନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରିବାର ଅନୁଭୁତି ନିଆରା ବୋଲି କହିଛନ୍ତି ଶିବ କୁମାର ଶର୍ମା। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ମହୋତ୍ସବ ଆୟୋଜିତ ହେଉଛି।