ରାଜଧାନୀରେ ୨୧୨ଟି ସ୍କୁଲ ଶିକ୍ଷା ଅଧିକାର ଆଇନ୍‌ ଉଲ୍ଲଂଘନ କରିଛନ୍ତି

ଭୁବନେଶ୍ୱର: ରାଜଧାନୀରେ ୨୧୨ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଶିକ୍ଷା ଅଧିକାର ଆଇନ୍‌କୁ ଉଲ୍ଲଂଘନ କରିଛନ୍ତି। ଆଜି ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି। ଶିକ୍ଷା ଆଇନ୍‌ ଅଧିକାର ଅନୁଯାୟୀ ପ୍ରତ୍ୟେକ ସ୍କୁଲରେ ମୋଟ୍‌ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ ଗରିବ ପିଲାମାନଙ୍କ ପାଇଁ ରହିବ। ହେଲେ ଏହି ଆଇନ୍‌କୁ ଘରୋଇ ସ୍କୁଲ ଗୁଡ଼ିକ ପାଳନ କରୁ ନ ଥିବା ସେ କହିଛନ୍ତି। ପୂର୍ବରୁ ଶିକ୍ଷା ଅଧିକାର ଆଇନ୍‌କୁ କାର୍ଯ୍ୟକାରୀ କରିବା […]

debi-prasad-mishra

debi-prasad-mishra

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 10:49 PM IST

Sports

Latest News

debi-prasad-mishraଭୁବନେଶ୍ୱର: ରାଜଧାନୀରେ ୨୧୨ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଶିକ୍ଷା ଅଧିକାର ଆଇନ୍‌କୁ ଉଲ୍ଲଂଘନ କରିଛନ୍ତି। ଆଜି ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି।

ଶିକ୍ଷା ଆଇନ୍‌ ଅଧିକାର ଅନୁଯାୟୀ ପ୍ରତ୍ୟେକ ସ୍କୁଲରେ ମୋଟ୍‌ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ ଗରିବ ପିଲାମାନଙ୍କ ପାଇଁ ରହିବ। ହେଲେ ଏହି ଆଇନ୍‌କୁ ଘରୋଇ ସ୍କୁଲ ଗୁଡ଼ିକ ପାଳନ କରୁ ନ ଥିବା ସେ କହିଛନ୍ତି।

ପୂର୍ବରୁ ଶିକ୍ଷା ଅଧିକାର ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ସମସ୍ତ ଘରୋଇ ସ୍କୁଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏହି ନିୟମକୁ କାର୍ଯ୍ୟକାରୀ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହାସତ୍ତ୍ୱେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଆଇନ୍‌କୁ ପାଳନ କରୁନାହାନ୍ତି।

ସେହିପରି ରାଜ୍ୟରେ ୮୬ଟି ଯୁକ୍ତ ଦୁଇ ଓ ୮୯ଟି ଯୁକ୍ତ ତିନି କଲେଜର ସ୍ୱୀକୃତି ପ୍ରତ୍ୟାହାର ହୋଇପାରେ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି। ସେ କହିଛନ୍ତି,“ଏହି ସବୁ କଲେଜ ଗୁଡ଼ିକରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଅଛନ୍ତି। ୮୬ଟି ଯୁକ୍ତ ଦୁଇ କଲେଜ ମଧ୍ୟରେ ୪୫ଟି ବିଜ୍ଞାନ, ୩୯ଟି ବାଣିଜ୍ୟ ଓ ଦୁଇଟି କଳା କଲେଜ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos