ରାଜଧାନୀ ସାଧାରଣ ବର୍ଗ ସମ୍ମିଳନୀର ବିକ୍ଷୋଭ: ଜାତିଭିତ୍ତିକ ସଂରକ୍ଷଣ ଉଚ୍ଛେଦ ଦାବି

ଭୁବନେଶ୍ୱର: ଜାତିଭିତ୍ତିକ ସଂରକ୍ଷଣ ଉଚ୍ଛେଦ ସହ ଆର୍ଥିକ ସ୍ଥିତି ଓ ଯୋଗ୍ୟତା ଅନୁଯାୟୀ ସୁବିଧା ସୁଯୋଗ ପ୍ରଦାନ ଦାବିରେ ସାଧାରଣ ବର୍ଗ ସମ୍ମିଳନୀ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ କରାଯାଇଛି।

ସମ୍ମିଳନୀ ପକ୍ଷରୁ ଅଭିଯୋଗ କରାଯାଇଛି,“ମନ୍ତ୍ରୀ, ଆଇଏଏସ୍‌, ଓଏଏସ୍‌ଙ୍କ ପିଲାମାନଙ୍କୁ ପରୀକ୍ଷା ଫି’ ଛାଡ଼ କରାଯାଉଛି, ହେଲେ ଗରିବ ଖଟିଖିଆ, ଦିନ ମଜୁରିଆଙ୍କ ପିଲାଙ୍କୁ ନୁହେଁ। ସାଧାରଣ ବର୍ଗର ଗରିବ ଓ ମେଧାବୀ ପିଲା କୌଣସି ସରକାରୀ ସୁବିଧା ପାଉନାହାନ୍ତି। ସାଧାରଣ ବର୍ଗର ପିଲାମାନେ କ’ଣ ଜନ୍ମରୁ ଧନୀ ଓ ମେଧାବୀ ବୋଲି ସରକାର ବିଚାର କରୁଛନ୍ତି ? ସାଧାରଣ ବର୍ଗର ଲୋକଙ୍କ ପୂର୍ବ ପୁରୁଷ କ’ଣ ଅନ୍ୟ ବର୍ଗ ଉପରେ ଅତ୍ୟାଚାର କରୁଥିଲେ ଯେ ତାଙ୍କ ପିଲାମାନଙ୍କୁ ଦଣ୍ଡ ଦିଆଯାଉଛି ?”

ସମ୍ମିଳନୀର ଆବାହକ ମିଲନ କୁମାର ପ୍ରଧାନ, ଦୀନବନ୍ଧୁ ଷଡଙ୍ଗୀ, ଭାଗୀରଥି ମହାସୁଆର, ଚୌଧୁରୀ ସରୋଜ ମହାପାତ୍ର, ଲକ୍ଷ୍ମଣ ଦାଶ, ଅଲେଖ ଚନ୍ଦ୍ର ଜେନା, ବନଜାବାସିନୀ ତ୍ରିପାଠୀ, ନିରଞ୍ଜନ ସାହୁ ପ୍ରମୁଖ ଏଥିରେ ସାମିଲ ହୋଇ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଦାବି କରିଥିଲେ।