ରାଜଧାନୀରେ ସ୍ୱରେଜ କାମରେ ଦୁର୍ନୀତିର ଗନ୍ଧ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଧାପନ୍ତରିଆ ହୋଇପଡି ରହିଥିବା ସ୍ୱରେଜ କାମ ଶେଷ କରିବା ପାଇଁ ୨୦୧୨ ମସିହା ଶେଷ ସମୟସୀମା ଥିଲା। ସମୟସୀମା ଶେଷ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରୁନି ସ୍ୱରେଜ ଖୋଳା କାର୍ଯ୍ୟ। ୭୫୪ କୋଟି ଟଙ୍କା ବିନିମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମାତ୍ର ୨୩୯ କୋଟି ଟଙ୍କା। ‘ଓଟିଭି’ ପକ୍ଷରୁ କରାଯାଉଥିବା ଅନୁସନ୍ଧାନମୂଳକ ରିପୋର୍ଟରୁ ଏହା […]

swarege-nirman

swarege-nirman

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 04:32 PM IST

Sports

Latest News

swarege-nirmanଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଧାପନ୍ତରିଆ ହୋଇପଡି ରହିଥିବା ସ୍ୱରେଜ କାମ ଶେଷ କରିବା ପାଇଁ ୨୦୧୨ ମସିହା ଶେଷ ସମୟସୀମା ଥିଲା। ସମୟସୀମା ଶେଷ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରୁନି ସ୍ୱରେଜ ଖୋଳା କାର୍ଯ୍ୟ। ୭୫୪ କୋଟି ଟଙ୍କା ବିନିମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମାତ୍ର ୨୩୯ କୋଟି ଟଙ୍କା। ‘ଓଟିଭି’ ପକ୍ଷରୁ କରାଯାଉଥିବା ଅନୁସନ୍ଧାନମୂଳକ ରିପୋର୍ଟରୁ ଏହା ଜଣାପଡିଛି।

ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୩୧୨ କିଲୋମିଟର ଡ୍ରେନ୍‌ କାମରୁ ଏବେ ଯାଏଁ ମାତ୍ର ୧୬୯ କିଲୋମିଟର କାର୍ଯ୍ୟ ଶେଷ ହୋଇଛି। ଏଥିରେ ଥିବା ୧୧,୪୦୧ ମ୍ୟାନ୍‌ହୋଲ ମଧ୍ୟରୁ ୬,୬୦୯ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୩୦,୭୦୭ଟି ଚାମ୍ବର ମଧ୍ୟରୁ ୬୫୦୬ଟି କାର୍ଯ୍ୟ ଶେଷ ହୋଇଛି। ସେହିପରି ୮୧୭ କିଲୋମିଟର ହାଉସ୍‌ ସ୍ୱରେଜ ଲାଇନ୍‌ ମଧ୍ୟରୁ ମାତ୍ର ୭୭ କିଲୋମିଟରର କାର୍ଯ୍ୟ ଶେଷ ହୋଇଛି। ମୋଟ ୭୫୪ କୋଟି ଟଙ୍କାରୁ ଖର୍ଚ୍ଚ ହୋଇଛି ମାତ୍ର ୨୩୯କୋଟି ଟଙ୍କା। କାମରେ ବିଳମ୍ବ ଯୋଗୁଁ ଠିକା ସଂସ୍ଥା ଇଷ୍ଟକୋଷ୍ଟ କନଷ୍ଟ୍ରକ୍ସନ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ ସହ ରାଜ୍ୟସରକାର ଚୁକ୍ତି ବାତିଲ କରି ଦେଇଛନ୍ତି।

ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପନ୍ଦ୍ର ସିଂହ ଦେଓ କହିଛନ୍ତି,”ଯେଉଁମାନେ ଅଧା କାର୍ଯ୍ୟ କରି ଛାଡିଦେଲେ ସେଥିରେ ସମସ୍ୟା ରହିଛି। ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକା କମ୍ପାନୀକୁ ମରାମତି ପାଇଁ ନିର୍ଦ୍ଦେଶ ଦିଆଯିବ। ଯେଉଁଥିପାଇଁ ସମ୍ପୃକ୍ତ କମ୍ପାନୀମାନେ ଅଧାରୁ କାମ ଛାଡି ଦେଲେ ତାହାକୁ ଭରଣା କରିବାକୁ ପୁନଃଟେଣ୍ଡର କରାଯାଉଛି।”

ଠିକା ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଶୁଭେନ୍ଦୁ ରାଉତରାୟ କହିଛନ୍ତି,“ଆଜିର ତାରିଖରେ କମ୍ପାନୀ ୨୦୦୬ର କାର୍ଯ୍ୟ କରୁଛି। କମ୍ପାନି କହିନାହିଁ କି କାମ କରିବୁ ନାହିଁ ବୋଲି । କିନ୍ତୁ ସରକାର କମ୍ପାନୀକୁ କାର୍ଯ୍ୟ କରିବାକୁ ଦେଉନାହିଁ। ସରକାରଙ୍କ ଉଦ୍ଦେଶ୍ୟ ଯେ, ଆମକୁ କାର୍ଯ୍ୟରୁ ବାହାର କରି ନୂଆ ଟେଣ୍ଡର କରି କାର୍ଯ୍ୟ କରିବେ।”

ଏନେଇ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି,“ଯେଉଁ ରାସ୍ତା ଗୁଡିକ ସ୍ୱରେଜ ନିର୍ମାଣ କାରଣରୁ ନଷ୍ଟ ହୋଇଯାଇଛି। ସେହି ରାସ୍ତାଗୁଡିକୁ ମରାମତି ବ୍ୟବସ୍ଥା କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଓ ଶାସନ ସଚିବ ରାଜି ହୋଇଛି।”

ନଗର ଉନ୍ନୟନ ବିଭାଗ ତରଫରୁ ୨୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ୧୬୪ କୋଟି ଟଙ୍କାର ୟୁସି ଦିଆଯାଇଛି। ପ୍ରଶ୍ନ ଉଠୁଛି ବାକି ଟଙ୍କାରେ ୟୁସି କାହିଁକି ଦିଆଯାଇନାହିଁ? ବାକି ନିର୍ମାଣ କାର୍ଯ୍ୟର ତଦାରଖ ହେଉଛି କି ନାହଁ ? ଡ୍ରେନ୍‌ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କାହିଁକି ହୋଇପାରୁନି ? ଏହାସହ ବାରମ୍ବାର ଡିଜାଇନରେ କାହିଁକି ପରିବର୍ତ୍ତନ କରାଯାଉଛି ? ବିଳମ୍ବ କାମ ଯୋଗୁଁ ଠିକା ସଂସ୍ଥାଠାରୁ ଜରିମାନା ଆଦାୟ କାହିଁକି ହେଉନାହିଁ ? ଏହା ପଛରେ ବଡ ଧରଣର ଦୁର୍ନୀତିର ଗନ୍ଧ ବାରି ହେଉଛି।

ଏପଟେ ରାଜଧାନୀର ଅନେକ ରାସ୍ତା ଖୋଳା ହୋଇ ପଡିଛି। ଏହି ରାସ୍ତା କେବେ ପିଚୁ ହେବ ସେଥିପାଇଁ ବିଏମ୍‌ସି,ପିଡ୍ୟୁଡି ଓ ସ୍ୱରେଜ ବୋର୍ଡ ମଧ୍ୟରେ ଟଣାଓଟାରା ଜାରି ରହିଛି।

ଅନ୍ୟପକ୍ଷରେ ନଗର ଉନ୍ନୟନ ବିଭାଗ ସ୍ୱରେଜ ନିର୍ମାଣ କାମ ଅନ୍ୟ ଏକ ଠିକା ସଂସ୍ଥାକୁ ଦେବାକୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ପୂର୍ବ ଠିକା ସଂସ୍ଥା କୋର୍ଟର ଦ୍ୱାରସ୍ଥ ହୋଇଛି। ଆଇନର ଗୋଲକ ଧନ୍ଦାରେ ଏହା ପଡିଥିବାରୁ ନିର୍ମାଣ କାର୍ଯ୍ୟ କେବେ  ସରିବ ସେନେଇ ସନ୍ଦେହ ଦେଖା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story