କଟକ: ଅର୍ଥ ତତ୍ତ୍ୱ ଚିଟ୍ଫଣ୍ଡ ଠକେଇ ଲିଙ୍କରେ ଗତ ଜୁଲାଇ ମାସରେ ଗିରଫ ହୋଇଥିବା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ କୋଟି ଟଙ୍କା ଜମା କରିବା ସହିତ ୧ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।
ରଜତଙ୍କର ଅର୍ଥତତ୍ତ୍ୱ ଗ୍ରୁପର ପରିଚାଳନାରେ କୌଣସି ସଂପୃକ୍ତି ନ ଥିଲା ଏବଂ ତଦନ୍ତ ପ୍ରାୟ ଶେଷ ହୋଇଯାଇଥିବାରୁ ତାଙ୍କୁ ଜାମିନ ପ୍ରଦାନ କରିବାକୁ ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।