ରାଜଧାନୀରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ସମସ୍ତ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ-ନନ୍ଦନକାନନ ରାସ୍ତାରେ ୩ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ବ୍ୟବହାର କରିଥିବା ବାଇକ୍‌କୁ ଜବତ କରାଯାଇଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୋଲିସର ବିଳମ୍ବ ଅଭିଯୋଗର ତଦନ୍ତ କରାଯାଉଥିବା ସେ କହିଛନ୍ତି।

ଗତକାଲି କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ୫ ରୁ ୬ଜଣ ଯୁବକ ୩ ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଯୁବତୀଙ୍କ ସମେତ ସେମାନଙ୍କ ବନ୍ଧୁଙ୍କୁ କମେଣ୍ଟ ମାରିଥିବା ଯୁବକମାନେ ସଂଘବଧ ହୋଇ ମାଡ଼ ମାରିଥିବା କଥା ଯୁବତୀଙ୍କ ପକ୍ଷରୁ ନନ୍ଦନକାନନ ଥାନାରରେ ଅଭିଯୋଗ ହୋଇଥିଲା। ତେବେ ଗତକାଲିର ଏହି ଘଟଣାର ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରାଯାଇଥିବା ବେଳେ ଆଜି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।