ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ପୁରୀ/କୋଣାର୍କ/ଜଗତସିଂହପୁର/ବଲାଙ୍ଗୀର/କଟକ/ବ୍ରହ୍ମପୁର: ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଚଳିତ ବର୍ଷ ପର୍ଯ୍ୟଟନ ଦିବସରେ ସ୍ଲୋଗାନ ରହିଛି  ‘ୱାନ୍ ବିଲିୟନ୍ ଟୁରିଷ୍ଟ-ୱାନ୍ ବିଲିୟନ୍ ଅପଚ୍ୟୁନିଟିଜ୍’।ଏହି ଲକ୍ଷ୍ୟ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଏକ ଭିନ୍ନ କଳାକୃତି ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ୍ ବେଳାଭୂମିରେ ବିଶ୍ୱର ଐତିହ୍ୟ କୀର୍ତ୍ତିରାଜିର ସମାହାରକୁ ନେଇ ୨୦ଫୁଟ ଲମ୍ୱର ଏକ ବାଲୁକା କଳାକୃତି […]

wtd in odisha

wtd in odisha

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 12:46 PM IST

Sports

Latest News

wtd in odishaପୁରୀ/କୋଣାର୍କ/ଜଗତସିଂହପୁର/ବଲାଙ୍ଗୀର/କଟକ/ବ୍ରହ୍ମପୁର: ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଚଳିତ ବର୍ଷ ପର୍ଯ୍ୟଟନ ଦିବସରେ ସ୍ଲୋଗାନ ରହିଛି  ‘ୱାନ୍ ବିଲିୟନ୍ ଟୁରିଷ୍ଟ-ୱାନ୍ ବିଲିୟନ୍ ଅପଚ୍ୟୁନିଟିଜ୍’।ଏହି ଲକ୍ଷ୍ୟ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଏକ ଭିନ୍ନ କଳାକୃତି ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ୍ ବେଳାଭୂମିରେ ବିଶ୍ୱର ଐତିହ୍ୟ କୀର୍ତ୍ତିରାଜିର ସମାହାରକୁ ନେଇ ୨୦ଫୁଟ ଲମ୍ୱର ଏକ ବାଲୁକା କଳାକୃତି ପ୍ରଦର୍ଶନ କରିଛନ୍ତି ମାନସ। ମିଶରର ପିରାମିଡ, ପ୍ୟାରିସର ଆଇଫଲ ଟାୱାର, ଯୀଶୁଙ୍କ ପ୍ରତିମୂର୍ତ୍ତି ଏବଂ ସିଙ୍ଗାପୁର ଫାଉଣ୍ଟେନ ଆଦିକୁ ଅତି ନିଖୁଣ ଭାବେ ନିର୍ମାଣ କରିଛନ୍ତି ମାନସ। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋଣାର୍କରେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପର୍ଯ୍ୟଟକ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ପୁରୀ ଉପଜିଲ୍ଳାପାଳ ମଧୁସୂଦନ ଦାସ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ପର୍ଯ୍ୟଟକ, ସ୍ଥାନୀୟ ଗାଇଡ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।

ଜଗତସିଂହପୁର ଠାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅୟୋଜିତ କର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରଣ କୁମାର ଜେନା, ଉପ ଜିଲ୍ଲାପାଳ ନରହରି ସେଠୀ, ଉପ-ଜିଲ୍ଲାପାଳ ଉମାକାନ୍ତ ପରିଡା ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅରବିନ୍ଦ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ପତାକା ହଲାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଯୋଗ ଦେଇଥିଲେ।

ବଲାଙ୍ଗିର ଜିଲ୍ଳା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ହୋଟେଲ୍ ମ୍ୟାନେଜମେଣ୍ଟ୍ କଲେଜ୍ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଶିଶୁ ଉଦ୍ୟାନଠାରୁ ବାହାରିଥିବା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଳାପାଳ ଅଶୋକ କୁମାର ନାୟକ। ବିଭିନ୍ନ ସଚେତନା ମୂଳକ ପ୍ଲା-କାର୍ଡ ଧରି ସହର ପରିକ୍ରମା କରିଥିଲେ ଛାତ୍ରଛାତ୍ରୀ।

ଗଞ୍ଜ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ, କଳା ସଂସ୍କୃତି ଓ ପରମ୍ପରା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ଗୋପାଳପୁର ଭ୍ରମଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତି ବର୍ଷ ଏହି ଦିବସକୁ ପାଳନ କରାଯାଉଛି। ଗୋପାଳପୁରରେ ଏହି ଅବସରରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।

ବିଶ୍ୱପର୍ଯ୍ୟଟନ ଦିବସ ଅବସରରେ କଟକ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ବାରବାଟୀ ଦୁର୍ଗ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଇଛି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରିନା ରଥଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ବାରବାଟୀ ଦୁର୍ଗ ଭିତର ଓ ବାହାର ରାସ୍ତା ଝାଡୁ କରିବା ସହିତ ଅଳିଆ ଆବର୍ଜନା ସଂଗ୍ରହ କରି ଅନ୍ୟତ୍ର ଫୋପାଡିଥିଲେ।

କେନ୍ଦ୍ରାପଡାରେ ମଧ୍ୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଏ ନେଇ ଜିଲ୍ଲାର ଇଚ୍ଛାପୁର ହାଇସ୍କୁଲରୁ ଏକ ବିଶାଳ ଶୋଭାଯାତ୍ରା ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ କେନ୍ଦ୍ରାପଡା ଜିଲ୍ଲାପାଳ ଦେବରାଜ ସେନାପତି, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଇଚ୍ଛାପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଗୋପବନ୍ଧୁ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ କେନ୍ଦ୍ରାପଡାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯଥା-ବଳଦେବ ଜୀଉ, ହୁକଟୋଲା, ନାସି, ବରୁଣାଇ,ଏକକୋଳା, ଭିତରକନିକା ସମ୍ପର୍କର ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story