ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଧର୍ମେନ୍ଦ୍ରଙ୍କ ନାଁରେ ଫେରାଦ ହେଲା ବିଜେଡି  

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ବିଜେଡି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ପଞ୍ଚାୟତ ନିର୍ବାଚନ ବେଳେ ପେଟ୍ରୋଲିୟନ ମନ୍ତ୍ରାଳୟରେ କର୍ମଚାରୀମାନେ ବିଜେପି ପାଇଁ ପ୍ରଚାର କରୁଥିବା ଅଭିଯୋଗ କରିଛି ବିଜେଡି। ଏନେଇ ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।